ଏଣିକି ମିଳିବ ସରୋଗାସୀ ପିତୃତ୍ବ ଛୁଟି। ରାଜ୍ୟ ସରକାର ସରୋଗାସୀ ପିତୃତ୍ବ ଛୁଟି ବ୍ୟବସ୍ଥା କରିଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ପୁରୁଷ ସରକାରୀ କର୍ମଚାରୀଙ୍କୁ ୧୫ ଦିନର ପିତୃତ୍ବ ଛୁଟି ମିଳିବ।
ସନ୍ତାନ ଜନ୍ମର ୬ ମାସ ମଧ୍ୟରେ ୧୫ ଦିନ ପିତୃତ୍ବ ଛୁଟି ନେଇ ପାରିବେ। ସରୋଗେଟ୍ ମା’ ବି ସରକାରୀ କର୍ମଚାରୀ ହୋଇଥିଲେ ସୁବିଧା ପାଇବେ। ୨ଟି ଜୀବିତ ସନ୍ତାନ ଥାଇ ସରୋଗେଟ ମା’ ହେଲେ ୬ ମାସ ମାତୃତ୍ବ ଛୁଟି ମିଳିବ।

