ଗଠନ ହେଲା ସଂସଦୀୟ ଷ୍ଟାଣ୍ଡିଂ କମିଟି

ବିଭିନ୍ନ ବିଭାଗ ପାଇଁ ଉଭୟ ସଦନର ସଦସ୍ୟଙ୍କୁ ନେଇ କମିଟି ଗଠନ ହୋଇଛି। ୩୧ ଜଣିଆ ବାଣିଜ୍ୟ କମିଟିରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।

ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଅର୍ଥ କମିଟିରେ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନ ମିଳିଛି। ଅର୍ଥ କମିଟିରେ ଅଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବଙ୍କୁ ନିଯୁକ୍ତ କରାଯାଇଛି। ଶିକ୍ଷା, ମହିଳା ଓ ଶିଶୁ ବିଭାଗ କମିଟିରେ ସାଂସଦ ସମ୍ବିତ ପାତ୍ର ନିଯୁକ୍ତ ହୋଇଛନ୍ତି ।

ସେହିପରି ରେଲୱେ କମିଟିରେ ସାଂସଦ ସୁବାଶିଷ ଖୁଣ୍ଟିଆ, ବଳଭଦ୍ର ମାଝୀ ଓ ସଙ୍ଗୀତା ସିଂଦେଓ ସ୍ଥାନ ପାଇଛନ୍ତି। ଶିଳ୍ପ କମିଟିରେ ବିଭୁ ତରାଇଙ୍କ ନାଁ ରହିଛି। ସେହିପରି ସାଂସଦ ଅଭିମନ୍ୟୁ ସେଠୀ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ କମିଟିରେ ସାମିଲ ହୋଇଛନ୍ତି। ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ କମିଟି ଅଧ୍ୟକ୍ଷ ଭାବେ ସପ୍ତଗିରି ଉଲ୍ଲାକା ନିଯୁକ୍ତ ହୋଇଛନ୍ତି। ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିର ସଦସ୍ୟ ଭାବେ ମାଳବିକା ଦେବୀଙ୍କ ନାଁ ରହିଛି। କୋଇଲା, ଖଣି, ଇସ୍ପାତ କମିଟିରେ ଅନନ୍ତ ନାଏକ ଏବଂ ଶ୍ରମ, ଦକ୍ଷତା ବିକାଶ କମିଟିରେ ପ୍ରଦୀପ ପୁରୋହିତ ସାମିଲ ହୋଇଛନ୍ତି। ସେହିପରି ବୈଦେଶିକ ବ୍ୟାପାର ବିଭାଗ କମିଟିରେ ପ୍ରଦୀପ ପାଣିଗ୍ରାହୀ ଅଛନ୍ତି। ପଞ୍ଚାୟତିରାଜ ବିଭାଗ କମିଟିରେ ନବ ଚରଣ ମାଝୀ ଓ ଜଳ ସଂପଦ ବିଭାଗ କମିଟିରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଦସ୍ୟ ଅଛନ୍ତି। ସୂଚନା ଓ ପ୍ରଯୁକ୍ତିବିଦ୍ୟା କମିଟିରେ ରବୀନ୍ଦ୍ର ନାରାୟଣ ବେହେରା ଓ ଶ୍ରମ, ଦକ୍ଷତା ବିକାଶ କମିଟିରେ ରୁଦ୍ର ନାରାୟଣ ପାଣି ସାମିଲ ହୋଇଛନ୍ତି। କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିରେ ସୁକାନ୍ତ ପାଣିଗ୍ରାହୀଙ୍କ ନାଁ ରହିଛି। ବାଣିଜ୍ୟ କମିଟିରେ ସାଂସଦ ଅନିତା ଶୁଭଦର୍ଶିନୀ ସଦସ୍ୟ ଅଛନ୍ତି। ଶକ୍ତି କମିଟିରେ ସ୍ଥାନ ପାଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ। ସେହିପରି ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ କମିଟିରେ ସସ୍ମିତ ପାତ୍ର ଓ ପ୍ରତିରକ୍ଷା ବିଭାଗ କମିଟିରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ସାମିଲ ହୋଇଛନ୍ତି। ଶିଳ୍ପ କମିଟିରେ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ନାଁ ରହିଛି। ସେହିପରି ସାର ଓ ରସାୟନ ବିଭାଗ କମିଟିର ସଦସ୍ୟ ଭାବେ ନିରଂଜନ ବିଶିଙ୍କ ନାଁ ରହିଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!