ଜଗତଜନନୀ ମା’ଙ୍କ ଶାରଦୀୟ ପୂଜା, ଝଲସୁଛି ପୂଜା ମଣ୍ଡପ

ଜଗତଜନନୀ ମା’ଙ୍କ ଶାରଦୀୟ ପୂଜା । ମା’ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଧରାପୃଷ୍ଠ । ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି । ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ । ବିଲ୍ବବରଣ ପରେ ମା’ଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ । ଏଥିପାଇଁ ରାଜଧାନୀ ଭୁବନେଶ୍ବର ସମେତ କଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି ।

ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସଜ୍ଜିତ ହୋଇଛି। ଟ୍ବିନ ସିଟିରେ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକିମିକି ଆଲୋକମାଳାରେ ଝଲସୁଛି ବିଭିନ୍ନ ପୂଜାମଣ୍ଡପ । ତାସହ ମୀନାବଜାର ସାଙ୍ଗକୁ ଦର୍ଶକଙ୍କୁ ମନମୋହିତ କଲାଭଳି କେତେ କଣ ରହିଛି। ନୟାପଲ୍ଲୀ, ସହିଦନଗର, ଝାରପଡା, ରସୁଲଗଡ, ବରମୁଣ୍ଡ, ଷ୍ଟେସନବଜାର ଆଦି ପ୍ରମୁଖ ମଣ୍ଡପରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!