କେନ୍ଦୁଝର ମାଟିରେ ସୁନାର ସନ୍ଧାନ

ତେଲକୋଇ ଓ ବାଂଶପାଳ ବ୍ଲକର କିଛି ସ୍ଥାନରେ ସୁନାର ସନ୍ଧାନ ନେଇ ସଂକେତ ମିଳିବା ପରେ, ସେଠାରେ ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ଭେ ଜାରି ରହିଛି।

ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ଶତାଧିକ ଫୁଟ୍ ଗଭୀର ଗାତ ଖୋଳି ଚାଲିଛି ସୁନାର ସନ୍ଧାନ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଜଳଡିହା ଗାଁ ନିକଟରେ ଥିବା ସୁନାଖଣି ଜଙ୍ଗଲର ୮୦ ଦଶକରେ ସୁନାର ସନ୍ଧାନ ମିଳିବା ପରେ, ଏଠାରେ ଆରମ୍ଭ ହୋଇଥିଲା ସୁନାର ସନ୍ଧାନ ପ୍ରକ୍ରିୟା । ସେତେବେଳେ ଶ୍ରମିକଙ୍କୁ ନିୟୋଜିତ କରି ଗାତ ଖୋଳାଯାଉଥିଲା ଓ ଭୂଗର୍ଭର ମାଟି-ପଥର ଆଦି ନମୁନା ସଂଗ୍ରହ କରି ତାକୁ ହେମାଦସ୍ତାରେ ଗୁଣ୍ଡ କରାଯାଉଥିଲା । ତେବେ ବର୍ତ୍ତମାନ ଏହି ଜଙ୍ଗଲରେ ୨ଟି ମେସିନ ସାହାଯ୍ୟରେ ଚାଲିଛି କୋର୍ ନମୂନା ସଂଗ୍ରହ ପ୍ରକ୍ରିୟା ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!