ଲରେନ୍ସ ବିଷ୍ଣୋଇଙ୍କୁ ଏନ୍‌କାଉଣ୍ଟର କଲେ ମିଳିବ କୋଟିଏ ଟଙ୍କା

ଯିଏ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଏନ୍‌କାଉଣ୍ଟର କରିବ ତାକୁ ମିଳିବ କୋଟିଏ ଟଙ୍କା। ଏଭଳି କିଛି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ କ୍ଷେତ୍ରୀୟ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ।ରାଜ ଶେଖାବତ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ସେ ଲରେନ୍ସ ବିଷ୍ଣୋଇଙ୍କୁ ଏନ୍‌କାଉଣ୍ଟର କଲେ ପୁଲିସ ଅଧିକାରୀଙ୍କୁ ୧,୧୧,୧୧,୧୧୧ ଦେବି ବୋଲି କହିଛନ୍ତି।

ଉକ୍ତ ପୁଲିସ କର୍ମଚାରୀଙ୍କ ପରିବାରର ସୁରକ୍ଷା ଦାୟିତ୍ୱ ସେ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତ। ଏଥିସହ ଲରେନ୍ସ ବିଷ୍ଣୋଇ ଦେଶ ପାଇଁ ବିପଦ ଥିବା କହି ସେ ଗୁଜରାଟର ବିଜେପି ସରକାର ଉପରେ ବର୍ଷିଛନ୍ତି।ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ କରଣୀ ସେନା ମୁଖ୍ୟ କହିଛନ୍ତି ଯେ ଲରେନ୍ସ ବିଷ୍ଣୋଇ ମଧ୍ୟ ଆମର ଅନମୋଲ ରତ୍ନ ଏବଂ ଅମର ଶହୀଦ ସୁଖଦେବ ସିଂହ ଗୋଗାମେଡି ଜୀଙ୍କ ହତ୍ୟାକାରୀ।

୫ ଡିସେମ୍ବର ୨୦୨୩ରେ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କୁ ଜୟପୁରରେ କିଛି ଅଜ୍ଞାତ ଆକ୍ରମଣକାରୀ ଗୁଳି ମାଡ଼ କରି ହତ୍ୟା କରିଥିଲେ। ଏହାର କିଛି ଘଣ୍ଟା ପରେ ଲରେନ୍ସ ଗ୍ୟାଙ୍ଗ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲା।

ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଗୁଜରାଟର ସାବରମତି ଜେଲରେ କଏଦ ଅଛି। ତା’ ବିରୋଧରେ ସୀମା ପାର ହୋଇ ଡ୍ରଗ୍ ଚୋରା ଚାଲାଣ ମାମଲା ରୁଜୁ ହୋଇଛି। ଏପ୍ରିଲରେ ମୁମ୍ବାଇରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ମାମଲାରେ ମଧ୍ୟ ଲରେନ୍ସ ବିଷ୍ଣୋଇର ନା ସାମ୍ନାକୁ ଆସିଥିଲା। କିନ୍ତୁ ମୁମ୍ବାଇ ପୋଲିସ ତାକୁ ଗିରଫ କରିପାରି ନଥିଲା

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!