OCS ପ୍ରିଲିମ ପରୀକ୍ଷା ସ୍ଥଗିତ

ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖରେ ହେବାକୁ ଓଡ଼ିଶା ସିଭିଲ ସର୍ଭିସେସ (OCS) ପ୍ରିଲିମ ପରୀକ୍ଷା-୨୦୨୩କୁ ସ୍ଥଗିତ ରଖିଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି। ଏନେଇ ଆଜି ନୋଟିସ ଦେଇଛି ଓପିଏସ୍‌ସି।

OCS ପ୍ରିଲିମ ପରୀକ୍ଷା-୨୦୨୩ର ପରବର୍ତ୍ତୀ ତାରିଖ ନେଇ ୭ ଦିନ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ କରାଯାଇଛି। ଏହା ସହିତ ପରୀକ୍ଷାର୍ଥୀମାନେ ଏ ସଂପର୍କରେ ଅଧିକ ସୂଚନା ଜାଣିବାକୁ ଚାହୁଁଥିଲେ ଓପିଏସ୍‌ସିର ୱେବସାଇଟ୍ http://opsc.gov.in କୁ ଯାଇପାରିବେ ବୋଲି କୁହାଯାଇଛି।

ବାତ୍ୟା ‘ଦାନା’ ଆସନ୍ତାକାଲି ଅର୍ଥାତ୍ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିବ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!