କେନ୍ଦ୍ର ସରକାର ପରାମର୍ଶଦାତା କମିଟିରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

ଅର୍ଥ ମନ୍ତ୍ରାଳୟ ପାଇଁ କେନ୍ଦ୍ର ସରକାର ପରାମର୍ଶଦାତା କମିଟି ଗଠନ କରିଥିବା ବେଳେ ଏଥିରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଭାରତ ସରକାରଙ୍କ ପକ୍ଷରୁ ଏହି କମିଟି ଗଠନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ କରିଛି।

ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି। ସେମାନଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଲୋକସଭାରୁ ୧୪ ଜଣ ଓ ରାଜ୍ୟସଭାରୁ ୮ ଜଣ ସାଂସଦଙ୍କୁ ସାମିଲ କରାଯାଇଛି।ଏହି କମିଟିରେ ଲୋକସଭାରୁ ୧୪ ଜଣ ସାଂସଦ ସଦସ୍ୟ ଭାବେ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବୈଜୟନ୍ତ ପଣ୍ଡା ମଧ୍ୟ ଅଛନ୍ତି। ତାଙ୍କ ସହିତ ଲୋକସଭାରୁ ଏହି କମିଟିରେ କୁମାରୀ ସେଲଜା ଓ ମାଳବିକା ଦେବୀ ପ୍ରମୁଖ ସଦସ୍ୟ ଅଛନ୍ତି।

ସେହିପରି ରାଜ୍ୟସଭାରୁ ପି. ଚିଦାମ୍ବରନ, ଶମ୍ଭୁ ଶରଣ ପଟେଲ, ୱାଇ ଭେଙ୍କଟ ସୁବା ରେଡ୍ଡୀ ଓ ଅଶୋକ କୁମାର ମିତ୍ତଲ ପ୍ରମୁଖ ସଦସ୍ୟ ହୋଇଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!