ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ | ହୋଟେଲ ଭିତରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ | ଡମଣା ଛକରେ ଥିବା ଏକ ହୋଟେଲ ଭିତରେ ହତ୍ୟାକାଣ୍ଡ ଘଟିଛି | ଜଣେ ୱେଟରକୁ ଆଉଜଣେ ଷ୍ଟାଫ ପନିକିରେ ହାଣି ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି |
ପନିକିରେ ହାଣି ସାରିବା ପରେ, ମୃତଦେହକୁ ଲୁଚାଇବା ପାଇଁ ଯୋଜନା କରୁଥିଲା ଅଭିଯୁକ୍ତ | ପ୍ରମାଣ ନଷ୍ଟ ଉଦ୍ୟମ କରି ବିଫଳ ହେବାପରେ ଫେରାର ହୋଇଯାଇଛି ଅଭିଯୁକ୍ତ | ପୂର୍ବ ଶତ୍ରୁତା ଏବଂ ଗଣ୍ଡଗୋଳ ପରେ ଏହି ହତ୍ୟାକାଣ୍ଡ କରଯାଇଥିବା ସନ୍ଦେହ କରାଯାଉଛି | ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

