୫୧ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା

ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା ।  ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା। ରାଷ୍ଟ୍ରପତି ଭବନରେ ଜଷ୍ଟିସ ଖାନ୍ନାଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଅବସର ପରେ ଦାୟିତ୍ବ ନେଇଛନ୍ତି ଜଷ୍ଟିସ ଖାନ୍ନା। ୨୦୨୫ ମେ ୧୩ ତାରିଖ ଯାଏ ଦାୟିତ୍ବ ସମ୍ଭାଳିବେ ଜଷ୍ଟିସ ଖାନ୍ନା । ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ଗତ ୨୦୧୯ ଜାନୁଆରୀ ୧୮ରେ ସେ ଯୋଗଦେଇଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଜନ୍ମ ୧୯୬୦ ମେ ୧୪ରେ। ସେ ନୂଆଦିଲ୍ଲୀର ମଡର୍ଣ୍ଣ ସ୍କୁଲରୁ ଶିକ୍ଷାଲାଭ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ଆଇନ ଶିକ୍ଷା ଲାଭ କିରବା ପରେ ସେ ୧୯୮୩ ମସିହାରେ ଦିଲ୍ଲୀର ତିସ୍ ହାଜାରି କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ସେ ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ହୋଇଥିଲେ ।

ଜାନୁଆରୀ ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ତାଙ୍କୁ ଆପରାଧିକ, ସିଭିଲ, ଟିକସ ଏବଂ ସାମ୍ବିଧାନିକ ଆଇନଗୁଡ଼ିକରେ ଜଣେ ମହାନ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ । ତାଙ୍କ ବାପା ଜଷ୍ଟିସ ଦେବରାଜ ଖନ୍ନା ଥିଲେ ଦିଲ୍ଲୀ ହାଇକୋର୍ଟର ବିଚାରପତି। ୧୯୮୩ରେ ସେ ଦିଲ୍ଲୀ ବାର କାଉନସିଲରେ ଆଡଭୋକେଟ ଭାବେ ଯୋଗ ଦେଇଥିଲେ। ସେ ନିଜ କାର୍ଯ୍ୟକାଳରେ ସେ ଦିଲ୍ଲୀ ମଦନୀତି ମାମଲାରେ ଆପ୍ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ ।
ଗତ ମେ ମାସରେ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଜଷ୍ଟିସ ଖନ୍ନା । ଜୁଲାଇରେ ବି ତାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ । ସେହିପରି ଭୋଟର ଭେରିଫାଏଡ ପେପର ଅଡିଟ ଟ୍ରେଲସ ବା ଭିଭିପାଟ ପ୍ରସଙ୍ଗରେ ତାଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ । ୧୦୦ ପ୍ରତିଶତ ଭିଭିପାଟ ଭେରିଫିକେସନକୁ ସେହି ଖଣ୍ଡପୀଠ ରଦ୍ଦ କରିଥିଲା । ଏହା ସହ ଧାରା ୩୭୦ ଓ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ବି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଥିଲେ ଜଷ୍ଟିସ ଖାନ୍ନା ନେତୃତ୍ବାଧୀନ ଖଣ୍ଡପୀଠ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!