ଧରାପଡିବା ପରେ ପଡୋଶୀ ଘରକୁ ଫିଙ୍ଗିଦେଲେ ୧୦ ଲକ୍ଷ ଟଙ୍କା

ଭିଜିଲାନ୍ସ ରେଡ ପରେ ପଡୋଶୀ ଘରକୁ ଫିଙ୍ଗିଦେଲେ ୧୦ ଲକ୍ଷ ଟଙ୍କା। ତେବେ ଟଙ୍କା ଜବତ କରିବା ସହ ରେଡ୍ ଜାରି ରଖିଛି ଭିଜିଲାନ୍ସ। ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ଯାନେଜର ସୁବାସ ଚନ୍ଦ୍ର ପଣ୍ଡାଙ୍କ ଘର ଓ ଅଫିସରେ ଭିଜିଲାନ୍ସ ରେଡ ଜାରି ରଖିଛି କରିଛି। ରେଡରୁ ବାହାରୁଛି ପୁଳା ପୁଳା ଟଙ୍କା। ୧୦ ଲକ୍ଷ ଟଙ୍କା ପଡୋଶୀ ଘରୁ ମିଳିଥିବାବେଳେ ଘରୁ ଆଉ ୩ ଲକ୍ଷ ଟଙ୍କା ଜବତ କରିଛି। ରେଡରୁ ମୋଟ ୧୩ ଲକ୍ଷ ଟଙ୍କା ଜବତ ହେଲାଣି। ଏହାସହ ଚଢାଉରୁ ମିଳିଛି ୧ କେଜିରୁ ଅଧିକ ଓଜନର ସୁନା ଅଳଙ୍କାର।

ଭୁବନେଶ୍ଵର ଆଇଗିଣିଆ ଅଂଚଳରେ ୩ ମହଲା କୋଠା, ଭୁବନେଶ୍ଵର ବାଲିଯାତ୍ରା ପଡ଼ିଆ ନିକଟରେ ଦୁଇ ମହଲା କୋଠା, ଭୁବନେଶ୍ଵର କେନ୍ଦ୍ରସ୍ଥଳରେ ୪ଟି ଦାମିକିଆ ପ୍ଲଟ, ଭୁବନେଶ୍ଵର ଜାଗମରାରେ ଗୋଟିଏ ପ୍ଲଟ, ଆଇଗିଣିଆରେ ଦୁଇଟି ପ୍ଲଟ, ମଂଚେଶ୍ଵର ବରିମୁଣ୍ଡରେ ଗୋଟିଏ ପ୍ଲଟ ଥିବା ଜଣାପଡିଛି। ରେଡ୍ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ ଚାଲିଛି। ଗୋଟିଏ କାର, ଦୁଇଟି ବାଇକ ଏବଂ ଆଉ ଏକ ବେନାମୀ କାର ମଧ୍ୟ ଜବତ ହୋଇଛି।

ଚଢାଉରେ ୫ ଡିଏସପି, ୭ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ ସଦସ୍ୟ ସାମିଲ ହୋଇଛନ୍ତି। ଭୁବନେଶ୍ବର ଏବଂ ବ୍ରହ୍ମପୁରର ୪ ସ୍ଥାନରେ ଏକକାଳୀନ ରେଡ୍  କରୁଛି ଭିଜିଲାନ୍ସ। ଭୁବନେଶ୍ବର ଆଇଗିଣିଆ ସ୍ଥିତ ବାସଭବନ ଓ ମଞ୍ଚେଶ୍ବର ସ୍ଥିତ ପୈତୃକ ଘରେ ଚାଲିଛି ରେଡ। ବ୍ରହ୍ମପୁରରେ ଥିବା ତାଙ୍କ ଭଡାଘର ଏବଂ ବ୍ରହ୍ମପୁର ସ୍ଥିତ ଅଫିସରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ ଟିମ୍।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!