ଜିତିଲେ ଇଭିଏମ୍ ଠିକ୍, ହାରିଲେ କହୁଛନ୍ତି ଟାମ୍ପରିଂ

ଜିତିଲେ ଇଭିଏମ୍ ଠିକ୍, ହାରିଲେ କହୁଛ ଟାମ୍ପରିଂ। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍‌କୁ ନେଇ ବଡ଼ ରାୟ ଦେବା ସହ ଏଭଳି ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ପୁଣି ଥରେ ପେପର୍ ବାଲଟ୍ ସିଷ୍ଟମ୍ ଲାଗୁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ । ବାଲଟ୍ ସିଷ୍ଟମ ପୁନଃ-ପ୍ରଚଳନ ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା ।

ତେବେ ପର୍ଯ୍ୟାପ୍ତ ଆଧାର ନଥିବା ଦର୍ଶାଇ ଏହି ଆବଦେନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ପି.ବି. ଭରାଲେ ଏହି ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ, ଯେତେବେଳେ କୌଣସି ଦଳ ନିର୍ବାଚନରେ ଜିତୁଛି, ସେତେବେଳେ ଇଭିଏମ୍ ଟାମ୍ପର୍ ହୋଇନି ବୋଲି କହୁଛି । କିନ୍ତୁ ନିର୍ବାଚନ ହାରିଲେ ଟାମ୍ପର୍ ହୋଇଛି ବୋଲି କହୁଛ ।

ଯେତେବେଳେ ଚନ୍ଦ୍ରବାବୁ ନାଇଡ଼ୁ ହାରିଲେ ସେତେବେଳେ ସେ କହିଲେ ଯେ, ଇଭିଏମ୍ ଟାମ୍ପର୍ ହୋଇପାରିବ । ଏବେ ଜଗନମୋହନ ରେଡ୍ଡି ହାରିଲେ, ସେ କହୁଛନ୍ତି ଇଭିଏମ୍ ଟାମ୍ପର ହୋଇପାରିବ । ତେବେ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ସାମଗ୍ରିକ ଭାବେ ଏହି ପ୍ରସଙ୍ଗ ଉଠାଇନଥିବାରୁ ଏବଂ ବର୍ତ୍ତମାନର ଭୋଟିଂ ସିଷ୍ଟମ୍ ଉପରେ ପୁନର୍ବିଚାର ପାଇଁ ହୋଇଥିବା ଆବେଦନର ପର୍ଯ୍ୟାପ୍ତ ଆଧାର ନଥିବାରୁ ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!