ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ସୀମା ଟପିଛି। ଉପଯୁକ୍ତ କାଗଜପତ୍ର ଥାଇ ବି ସେମାନଙ୍କୁ ଦେଶ ଛାଡ଼ି ବାହାରକୁ ଯିବାକୁ ଅନୁମତି ମିଳୁନାହିଁ। ବଳପୂର୍ବକ ଗିରଫ କରି ଜେଲ ପଠାଯାଉଛି।

ଶନିବାର ରାତିରେ ବାଂଲାଦେଶ ଛାଡ଼ି ଭାରତ ଆସିବାକୁ ଚାହୁଁଥିବା ୬୩ ଇସ୍କନ ସାଧୁଙ୍କ ପ୍ରତି ଏପରି ଅମାନବୀୟ ଆଚରଣ କରାଯାଇଛି। ବୈଧ କାଗଜପତ୍ର ଥିବା ସତ୍ତେ୍ୱ ସେମାନଙ୍କୁ ବାଂଲାଦେଶ ସୀମା ପାର କରିବାକୁ ଦିଆଯାଇନାହିଁ ।

ବେନାପୋଲ ଲ୍ୟାଣ୍ଡ ବିମାନବନ୍ଦରରେ ସେମାନଙ୍କୁ ଅଟକ ରଖାଯଇିଛି । ସନ୍ଦିଗ୍ଧ କାର୍ଯ୍ୟକଳାପ ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଥିବା ବାଂଲାଦେଶୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଏ ସମ୍ପର୍କରେ କୋଲକାତାରେ ଅବସ୍ଥାପିତ ବାଂଲାଦେଶର ଜଣେ ବରିଷ୍ଠ ଉପ ଉଚ୍ଚାୟୁକ୍ତଙ୍କ ସହିତ ଗଣମାଧ୍ୟମ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଗ୍ରହଣ କରିନାହାନ୍ତି। ବାଂଲାଦେଶରେ ଇସ୍କନ ସାଧୁ ଚିନ୍ମୟ ସ୍ଵାମୀଙ୍କୁ ଗିରଫ ପ୍ରତିବାଦରେ ବିଶ୍ଵବ୍ୟାପୀ ଇସ୍କନ ଭକ୍ତମାନେ ପ୍ରତିବାଦ ଆରମ୍ଭ କରିବା ପରେ ବାଂଲାଦେଶରେ ଇସ୍କନ ଶ୍ରଦ୍ଧାଳୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!