ଦିଦିଙ୍କ ବିରୋଧରେ ଧର୍ମଘଟକୁ ଓହ୍ଲାଇବ ବ୍ୟବସାୟୀ ସଂଘ

ପଶ୍ଚିମବଙ୍ଗରେ ପର୍ଯ୍ୟାପ୍ତ ଆଳୁ ମହଜୁଦ୍ ଅଛି, ଶୀତଳଭଣ୍ଡାରରେ ନଷ୍ଟ ହେବାକୁ ବସିଛି । ହେଲେ ବାହାର ରାଜ୍ୟକୁ ଆଳୁ ପଠାଇବାକୁ ସରକାର ଅନୁମତି ଦେଉନାହାନ୍ତି। ପ୍ରତିବାଦରେ ଆସନ୍ତାକାଲିଠୁ ପଶ୍ଚିମବଙ୍ଗର ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘ ଧର୍ମଘଟକୁ ଓହ୍ଲାଇବ। ଏବେ ପଶ୍ଚିମବଙ୍ଗର ଗୋଦାମ ମାନଙ୍କରେ ପ୍ରାୟ ୭ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି ।

ପଶ୍ଚିମବଙ୍ଗର ଆବଶ୍ୟକତା ପ୍ରାୟ ୫ଲକ୍ଷ ମେଟ୍ରିକ ଟନ୍ ଥିବା ବେଳେ, ବଳକା ଆଲୁ ନଷ୍ଟ ହେବାର ସମ୍ଭାବନା ରହିଛି । ଏଣୁ ପ୍ରତିବାଦ ସ୍ବରୂପ କାଲିଠୁ ସମସ୍ତ ଶୀତଳଭଣ୍ଡାର ଓ ଗୋଦାମ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଆଜି ବ୍ୟବସାୟୀମାନଙ୍କୁ ଆଲୋଚନାକୁ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବ୍ୟବସାୟୀଙ୍କ ସହ ଆଳୁ ପ୍ରସଙ୍ଗରେ ଆଲୋଚନା କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!