ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରୁ ମାଈ ହାତୀ ଛୁଆର ମୃତଦେହ ଠାବ

ମାଈ ହାତୀ ଛୁଆର ମୃତ ଦେହ ଠାବ। ବାଙ୍ଗିରିପୋଷି ରେଞ୍ଜ ଅଧିନସ୍ଥ ଗୋଲା ମୁଣ୍ଢାକାଟା ନିକଟରେ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କିଛି ଦିନ ହେଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ହାତୀ ପଲ ବୁଲୁଥିବାର ସୂଚନା ରହିଥିଲା। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ହାତୀର ଆନୁମାନିକ ବୟସ ଦୁଇ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି । ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Post Views48 Total Count

Apply Now


This will close in 0 seconds

error: Content is protected !!