ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ ପ୍ରକାଶ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ । ୯୨ ବର୍ଷ ବୟସରେ ଦିଲ୍ଲୀରେ ଡକ୍ଟର ମନମୋହନ ସିଂହଙ୍କ ପରଲୋକ ଘଟିଛି । ମନମୋହନ ସିଂହଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଶୋକ ବ୍ୟକ୍ତ କରିଛନ୍ତି । ମନମୋହନଙ୍କ ବିୟୋଗକୁ ବଡ଼ କ୍ଷତି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମନମୋହନ ଏପରି ଜଣେ ବିରଳ ରାଜନେତା ଯିଏ ଶିକ୍ଷା ଓ ପ୍ରଶାସନ ଦୁନିଆରେ ସହଜତାର ସହ କାମ କରିଛନ୍ତି । ଅର୍ଥ ବ୍ୟବସ୍ଥାରେ ସୁଧାର ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି ।

ମନମୋହନ ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକବ୍ୟକ୍ତ, ଦେଶ ପାଇଁ ମନମୋହନଙ୍କ ଅବଦାନକୁ ମନେ ପକାଇ ଶୋକ ବ୍ୟକ୍ତ କଲେ । ସେହିପରି ମନମୋହନଙ୍କ ବିୟୋଗରେ ରାହୁଲ ଗାନ୍ଧିଙ୍କ ଭାବବିହ୍ବଳ ପୋଷ୍ଟ୍, ଅର୍ଥନୀତିରେ ତାଙ୍କର ଗଭୀର ଜ୍ଞାନ ଦେଶକୁ ପ୍ରେରଣା ଯୋଗାଉ ଥିବ ।

ମନମୋହନଙ୍କ ସଚ୍ଚୋଟତାକୁ ପ୍ରଶଂସା କରି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଲେଖିଛନ୍ତି, ମନମୋହନଙ୍କ ସଚ୍ଚୋଟତା ସବୁବେଳେ ପ୍ରେରଣା ଯୋଗାଉଥିବ ।
ରାଜନୀତିର ଜଣେ ଭଦ୍ରବ୍ୟକ୍ତି ଥିଲେ ମନମୋହନ । ମନମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ତାଙ୍କ ଜ୍ଞାନ, ଭଦ୍ରତା ସାଧୁତା ଅମାୟିକ ସ୍ବଭାବ । ରାଜନୀତି କ୍ଷେତ୍ରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥିଲା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ ।

Post Views7 Total Count

Apply Now


This will close in 0 seconds

error: Content is protected !!