ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ସଭାପତି ପଦ ଛାଡ଼ିଛନ୍ତି ପ୍ରଣବ ପ୍ରକାଶ ଦାସ (ବବି)। ଏନେଇ ଓସିଏ ସଂପାଦକ ସଂଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ବ୍ୟକ୍ତିଗତ କାରଣ ଦର୍ଶାଇ ବବି ଦାସ ସଭାପତି ପବରୁ ଇସ୍ତଫା ଦେଇଛନ୍ତି। ଆଗାମୀ ୪୫ ଦନି ଭିତରେ ନୂଆ ସଭାପତି ପାଇଁ ନିର୍ବାଚନ ହେବ।

ସୂଚନାଯୋଗ୍ୟ, ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦବିରେ ୨ ବର୍ଷ ୨ ମାସ ପର୍ଯ୍ୟନ୍ତ ରହିଥିଲେ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିବା କଥା କହିଛନ୍ତି। ତେବେ ଶ୍ରୀ ଦାସ ଆଉ ଅଧିକ କିଛି କହି ନାହାନ୍ତି। କିନ୍ତୁ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବାରୁ ସମ୍ଭବତଃ ଶ୍ରୀ ଦାସ ପଦରୁ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଆସନ୍ତା ବର୍ଷ ଫେବ୍ରୁଆରି ୯ ତାରିଖରେ ଖେଳାଯିବ। ଏହି ମୁକାବିଲା ଐତିହାସିକ କଟକର ବାରବାଟୀ ଷ୍ଟାଡିୟମରେ ହେବ। ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍‌ ପାଇଁ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଏଥି ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଜାରି ରହିଛି। ଏହାର ମଧ୍ୟରେ ଆଜି ବବି ଦାସ ସଭାପତି ପଦ ଛାଡ଼ିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା କ୍ରିକେଟ ସଂଘ (ଓସିଏ)ର ପରବର୍ତ୍ତି ସଭାପତି ଭାବେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମରେ ୨୦୨୨ ଅକ୍ଟୋବର ୨୮ ତାରିଖଷର ଔପଚାରିକ ମୋହର ଲାଗିଥିଲା। ସେହି ସମୟରେ ଓସିଏର ସାଧାରଣ ପରିଷଦ ବୈଠକରେ ପ୍ରଣବଙ୍କ ସହିତ ସମସ୍ତ ଅପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ବୈଠକରେ ପ୍ରଣବଙ୍କ ବ୍ୟତୀତ ଉପସଭାପତି ଭାବେ କଟକ ଜିଲ୍ଲାର ପଙ୍କଜ ଲୋଚନ ମହାନ୍ତି, ସଂପାଦକ ଭାବେ ରାଇଜିଂ ଷ୍ଟୁଡେଣ୍ଟ୍ କ୍ଲବ୍‌ର ସଂଜୟ ବେହେରା, ଯୁଗ୍ମ ସଂପାଦକ ଭାବେ ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଭାବେ ଖୋର୍ଦ୍ଧା ଜିଲ୍ଲାର ବିକାଶ ପ୍ରଧାନ ଓ ଆପେକ୍ସ କାଉନ୍‌ସିଲ ସଭ୍ୟ ଭାବେ ଅନୁଗୁଳର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା ହୋଇଥିଲା। ଆସନ୍ତା ୩ ବର୍ଷ ପାଇଁ ଏମାନେ ଦାୟିତ୍ବରେ ରହିବେ।

Post Views3 Total Count

Apply Now


This will close in 0 seconds

error: Content is protected !!