ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ଓ ଧାର୍ମିକ ଭାବନା ମଧ୍ୟରେ ଆୟୋଜିତ ହେବ ସେଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ନୀଳମଣି ଦିଲିପ ଚାନ୍ଦ ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀମତୀ ସୁଜାତା ପ୍ରିୟଦର୍ଶୀନୀଙ୍କ ସମେତ ଅବିନାଶି ବାବା, ନିତ୍ୟାନନ୍ଦ ବାବା, ରଘୁନାଥ ବାବା, ସୁଶାନ୍ତ ବାବା, ପ୍ରସନ୍ନ ବାବା ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଯୋରନ୍ଦା ସରପଞ୍ଚ ଶ୍ରୀମତୀ ଆରତୀ ନାୟକ ପ୍ରାରମ୍ଭିକ ସୂଚ଼ନା ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ ମେଳା ଆୟୋଜନ ସଂପର୍କରେ ଅବଗତ କରାଇଥିଲେ । ଆସନ୍ତା ଫେବୃଆରୀ ମାସ ୧୧ ଏବଂ ୧୨ତାରିଖ ଦୁଇ ଦିନ ଧରି ଏହି ମେଳା ଆନୁଷ୍ଠାନିକ ଭାବେ ଆୟୋଜିତ ହେବ ।

ବୈଠକରେ ଉଠା ଦୋକାନୀ ମାନଙ୍କୁ ବ୍ୟବସ୍ଥିତ ଭାବେ ବସାଇବା, ଯାତ୍ରା ପଡ଼ିଆର ଆଲୋକି କରଣ, ଉତ୍ସବ ଅବସରରେ ମଦ ଦୋକାନ ବନ୍ଦ ରଖିବା, ନିୟମିତ ବିଦ୍ୟୁତ୍ ଯୋଗାଣ,ନିୟନ୍ତ୍ରଣ କକ୍ଷ ଓ ସି.ସି. ଟିଭି କ୍ୟାମେରା ବ୍ୟବସ୍ଥା, ଯାତାୟତ ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥା, ବ୍ୟବସ୍ଥିତ ଗାଡ଼ି ପାର୍କିଂ, ଆଶୁଚ଼ିକିତ୍ସା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଯାତ୍ରା ପଡ଼ିଆ ସଂପ୍ରସାରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଭଜନ ସମାରୋହ, ମନ୍ଦିର ପାର୍ଶ୍ଵରେ ବ୍ୟାରିକେଟ୍ ନିର୍ମାଣ ଯାତ୍ରା ପଡ଼ିଆରେ ଜଳ ସିଞ୍ଚନ, ମହିମା ମହୋତ୍ସବ ଆୟୋଜନରେ ଆଦି ସଂପର୍କରେ ବିଷଦ ଆଲୋଚ଼ନା ହୋଇଥିଲା ।

Post Views13 Total Count

Apply Now


This will close in 0 seconds

error: Content is protected !!