ନବ ଦାସଙ୍କ ପୁଅ ଛତିଶଗଡ଼ରେ ଅଟକ

ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଛତିଶଗଡ଼ରେ ଅଟକ। ଅନାସ୍ଥା ପୂର୍ବରୁ ମହାସମୁଦ୍‌ ଜିଲ୍ଲା ସରେଇପାଲି ଥାନାରେ ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଅଟକ ରଖିଛି ପୋଲିସ। ଆଜି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ରହିଛି। ପୋଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ କହି ଭିଡିଓ ବାର୍ତ୍ତାରେ ଅଭିଯୋଗ ଆଣିଲେ ବିଶାଲ ଦାସ।

ଶୁକ୍ରବାର କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସହ ମତଦାନ କରାଯିବାକୁ କିର୍ମିରା ପଞ୍ଚାୟତ ସମିତି ସଭାକକ୍ଷରେ ବୈଠକ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଛି । ଏହି ବୈଠକର ନିଷ୍ପତ୍ତି ଉପରେ ଅଧ୍ୟକ୍ଷାଙ୍କ ଭାଗ୍ୟ ନିର୍ଭର କରୁଛି। ସେ ଦୃଷ୍ଟିରୁ ପ୍ରସ୍ତାବ ଉପରେ ମତଦାନ ତଥା ଏହାର ଫଳାଫଳ ଉପରେ ସଭିଙ୍କ ନଜର ରହିଛି। ଗତ ସେପ୍ଟେମ୍ବର ୧୩ ତାରିଖ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ଦିନ ଠାରୁ ହିଁ ଛକାପଞ୍ଝା ଲାଗି ରହିଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଏହି ମାମଲା ପହଞ୍ଚିଥିଲା। ଶେଷରେ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ୧୦ ଜାନୁଆରୀରେ ସ୍ୱତନ୍ତ୍ର ବୈଠକ ଆୟୋଜନ ପାଇଁ ଉପଜିଲ୍ଲାପାଳ ଦିନ ଧାର୍ଯ୍ୟ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ । ୮ଟି ପଞ୍ଚାୟତ ବିଶିଷ୍ଟ ଏହି ପଞ୍ଚାୟତ ସମିତିରେ ସମୁଦାୟ ୮ ଜଣ ସରପଞ୍ଚ ଏବଂ ୮ ଜଣ ସମିତିସଭ୍ୟ/ସଭ୍ୟା ରହିଛନ୍ତି । ତନ୍ମଧ୍ୟରୁ ୧୨ ଜଣ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିଲେ। ତେବେ ଶୁକ୍ରବାର ହେବାକୁ ଥିବା ସ୍ୱତନ୍ତ୍ର ବୈଠକରେ କେତେ ଜଣ ଜନ ପ୍ରତିନିଧି ଉପସ୍ଥିତ ହୋଇ ମତଦାନରେ ଭାଗ ନେଉଛନ୍ତି ତାହା ଉପରେ ସବୁକିଛି ନିର୍ଭର କରୁଛି।

Post Views40 Total Count

Apply Now


This will close in 0 seconds

error: Content is protected !!