ବିସ୍କୁଟ ପ୍ୟାକେଟରେ ୪ କୋଟିର ନିଶା

ବିସ୍କୁଟ ପ୍ୟାକେଟରେ ବେଶ ଚତୁରତାର ସହ ଜର୍ମାନୀ ପ୍ରସ୍ତୁତ ନିଶାଦ୍ରବ୍ୟ ମାରିଜୁଆନା ଆଣିଥିଲେ କେରଳ ଯୁବକ । ଏନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ଡିଆରଆଇ ଟିମ ଓ କଷ୍ଟମ ବିଭାଗ ଚଢାଉ କରି ବିମାନବନ୍ଦରରୁ ଯୁବକଙ୍କ ଠାରୁ ମାରିଜୁଆନା ଜବତ କରିଥିଲେ । ଜବତ ନିଶା ଦ୍ରବ୍ୟର ଓଜନ ପାଖାପାଖି ୪ କିଲୋ ରହିଥିବା ବେଳେ ଏହାର ଦାମ ୪ କୋଟି ଟଙ୍କା ଆକଳନ କରାଯାଇଛି। ଚାଲାଣକାରୀକୁ ଅଟକ ରଖି ପଚରାଉଚରା କରାଯାଉଛି।

ପ୍ରାଥମିକ ସୂଚନାନୁସାରେ, ଏହି ଅଣଓଡ଼ିଆ ଯୁବକଜଣକ ଏକ ଏଜେନ୍ସି ପାଇଁ କାମ କରୁଛି । ତାଙ୍କୁ ଚାଲାଣକାରୀ ଭାବେ ନିଯୁକ୍ତି ମିଳିଛି ଏବଂ ଅଗ୍ରିମ ଆକାରରେ ସେ କିଛି ଟଙ୍କା ପାଇଛନ୍ତି ଏବଂ ଭାରତରେ ମାରିଜୁଆନା ପହଞ୍ଚାଇବା ପରେ ତାଙ୍କୁ ତାଙ୍କର ପୂରା ପ୍ରାପ୍ୟ ମିଳିବାର ଥିଲା । ମାତ୍ର ଉକ୍ତ ଏଜେନ୍ସି କିଏ, ସେମାନେ କେଉଁଠିକୁ ନିଶା ପଠାଉଥିଲେ, ଯୁବକଙ୍କଠାରୁ କିଏ ନିଶା ଗ୍ରହଣ କରିଥାନ୍ତା, ସେନେଇ କିଛି ତଥ୍ୟ ପଦାକୁ ଆସିପାରିନାହିଁ ।

ଏହାପୂର୍ବରୁ ମଧ୍ୟ ଚଳିତମାସ ୪ ତାରିଖରେ ଭୁବନେଶ୍ବର ବିମାନ ବନ୍ଦରରୁ ୧୦ କେଜି ମାରିଜୁଆନା ଜବତ କରାଯାଇଥିଲା । ଓଡ଼ିଶାରେ ଏହି ଦାମୀ ନିଶା କିଏ ନେଉଛି ତାହା ଖୋଜି ପାଇବା ଏବେ ପୋଲିସ ଓ ଅବକାରୀ ବିଭାଗ ପାଇଁ ଚ୍ୟାଲେଞ୍ଜ ।

Post Views4 Total Count

Apply Now


This will close in 0 seconds

error: Content is protected !!