କେନ୍ଦ୍ର ବଜେଟ୍: ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ

ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା ଦିଆଯାଇଛି। ଏହାଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ।ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୫-୨୬। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା ଦିଆଯାଇଛି। ଏହାଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ।

ଏଥିସହ ଏଡିବୁଲ ଅଏଲରେ ଆତ୍ମନିର୍ଭର ହେବା ଲକ୍ଷ୍ୟ ରଖାଯାଇଛି। ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ୬ ବର୍ଷିଆ ସ୍କିମ୍‌ ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ବିହାରରେ ଏକ ମକାନା ବୋର୍ଡ ଗଠନ କରାଯିବ। ମକାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ। ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ୱରେ ଦ୍ୱିତୀୟ।ନିର୍ଦ୍ଧାରିତ ହୋଇଥିବା ସମୟରେ ଲୋକସଭାରେ ଉପସ୍ଥାପନ ହୋଇଥିଲା କେନ୍ଦ୍ର ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଥିଲେ। ସମସ୍ତ ଔପଚାରିକତା ଶେଷ ପରେ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ସଂସଦରେ ଉପସ୍ଥିତ ହୋଇଥିଲେ ମନ୍ତ୍ରୀଗଣ ଓ ସବୁ ଦଳର ସାଂସଦ। ଏହାପରେ ସ୍ପିକର ଗୃହକୁ ସମ୍ବୋଧନ କରିବା ପରେ ଅର୍ଥମନ୍ତ୍ରୀ ଆଗତ କରିଥିଲେ ୨୦୨୫-୨୬ ବଜେଟ୍ । ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।

Post Views28 Total Count

Apply Now


This will close in 0 seconds

error: Content is protected !!