ରେଲୱେ ବଜେଟ୍‌ରେ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା

ରେଲୱେ ବଜେଟ୍‌ରେ ଓଡ଼ିଶାକୁ ମିଳିଥିବା ଭାଗ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ସାମ୍ୱାଦିକ ସମିଳନୀ କରି ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୧ରେ ଘୋଷିତ ବଜେଟ୍‌ରେ ରେଲୱେକୁ ୨.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏଥିରୁ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ମୋଦିଙ୍କ ତୃୀତୟ ପାଳିରେ ଓଡ଼ିଶାକୁ ୨୦ ହଜାର କୋଟି ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶାରେ ଚାଲିଛି ୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଏବଂ ଆଗାମୀ ଦିନରେ ଓଡ଼ିଶାରେ ଅଧିକ ଟ୍ରେନ୍‌ ଚାଲିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ପୂର୍ବ ଥର ତୁଳନାରେ ୧୩ କୋଟି ଟଙ୍କା ଅଧିକ ଆବଣ୍ଟିତ ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୧୦,୫୮୬ କୋଟି ଟଙ୍କା ମିଳିଥିଲା । ଏହା ପୂର୍ବରୁ ୨୦୨୩-୨୪ ବଜେଟ୍‌ରେ ରାଜ୍ୟକୁ ୧୦,୦୧୨ କୋଟି ଟଙ୍କା ମିଳିଥିଲା । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଓଡ଼ିଶାରେ ଗତ ୧୦ ବର୍ଷରେ ୨୦୪୬ କିଲୋମିଟର ନୂଆ ଟ୍ରାକ୍‌ ନିର୍ମାଣ ହୋଇଛି । ଓଡ଼ିଶାରେ ନିର୍ମିତ ଟ୍ରାକ୍‌ ମାଲେସିଆରେ ଥିବା ଟ୍ରାକ୍‌ଠୁ ଅଧିକ । ଓଡ଼ିଶାରେ ବର୍ତ୍ତମାନ ୭୮ ହଜାର କୋଟି ଟଙ୍କାର ରେଲୱେ ପ୍ରକଳ୍ପ ନିର୍ମାଣ ଚାଲିଛି । ଅମୃତ ଷ୍ଟେସନ ଯୋଜନାରେ ରାଜ୍ୟରେ ୫୯ଟି ଷ୍ଟେସନର ନବୀକରଣ କାର୍ଯ୍ୟ ଚାଲିଛି । ଆଗାମୀ ଦିନରେ ୨୪୬ କିଲୋମିଟର ନୂଆ ରେଳ ଲାଇନ୍ ନିର୍ମାଣ କରାଯିବ ।’

Post Views16 Total Count

Apply Now


This will close in 0 seconds

error: Content is protected !!