ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ମହିଳା

ନିର୍ବ‌ାଚନ ଫଳ ବାହାରିବାର ୨ ଦିନ ବିତିଯାଇଥିଲେ ବି ଦିଲ୍ଲୀରେ ବିଜେପି ନେତୃବୃନ୍ଦ ଏଯାବତ୍‌ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଘୋଷଣା କରିନାହାନ୍ତି। ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଛି। କେଜ୍ରିୱାଲଙ୍କୁ ହରାଇଥିବା ବିଜେପି ନେତା ପରବେଶ ବର୍ମା, ପୂର୍ବତନ ଦିଲ୍ଲୀ ବିଜେପି ମୁଖ୍ୟ ସତୀଶ ଉପାଧ୍ୟାୟ, ବରିଷ୍ଠ ବିଜେପି ନେତା ବୀଜେନ୍ଦ୍ର ଗୁପ୍ତା, ନବନିର୍ବାଚିତ ବିଧା‌ୟକ ଆଶିଷ ସୁଦ୍‌ ଏବଂ ଉତ୍ତମ ନଗର ବିଧାୟକ ପୱନ ଶର୍ମା ପ୍ରମୁଖଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ପୁଣି ଜଣେ ମହିଳା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ବିଜେପିର ନବ ନିର୍ବାଚିତ ୪୮ ବିଧାୟକଙ୍କ ମଧ୍ୟରେ ୪ ଜଣ ମହିଳା ବିଧାୟକ ଅଛନ୍ତି। ସେମାନେ ହେଲେ ନୀଲମ ପହଲୱାନ, ରେଖା ଗୁପ୍ତା, ପୁନମ ଶର୍ମା ଏବଂ ଶିଖା ରାୟ। ଏହି ୪ ଜଣଙ୍କ ମଧ୍ୟରୁ ବିଜେପି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇପାରେ। ନିଲମ ପହଲୱାନ ନଜଫଗଡ଼ ଆସନରୁ ପ୍ରଥମ ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ରେଖା ଗୁପ୍ତା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ସଭାପତି, ପୁନମ ଶର୍ମା ୱାଜିରପୁରର ଏବଂ ଶିଖା ରାୟ ବରିଷ୍ଠ ଆପ୍‌ ନେତା ଓ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ବାଜଙ୍କୁ ହରାଇଛନ୍ତି। ଅନ୍ୟପ‌କ୍ଷେ ଚର୍ଚ୍ଚା ହେଉଛି ଯେ ବିଜେପି ଅନୁସୂଚିତ ଜାତିରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇପାରେ। ଅନୁସୂଚିତ ଜାତିରୁ ବିଜେପିର ୪ ଜଣ ବିଧାୟକ ହେଉଛନ୍ତି।

Post Views3 Total Count

Apply Now


This will close in 0 seconds

error: Content is protected !!