ରାଜ୍ୟରେ ଖାଲିପଡିଛି IAS-IPS ପଦ

 

ରାଜ୍ୟରେ ଆଇଏଏସ- ଆଇପିଏସ ମରୁଡି। ବିଧାନସଭାରୁ ଆସିଛି ଏମିତି ତଥ୍ୟ । ବର୍ତ୍ତମାନ ରାଜ୍ୟରେ ୬୬ ଜଣ ଆଇଏଏସ ପଦବୀ ଖାଲି ପଡ଼ିଥିବା ବେଳେ ୬୯ ଆଇପିଏସ ପଦବୀ ଖାଲି ପଡିିଥିବା କଥା ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟରେ କେତେ ସଂଖ୍ୟାରେ ଆଇପିଏସ୍‌ ଏବଂ ଆଇଏଏସ୍‌ ପଦ ଖାଲିପଡିଛି, ସେନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ଯାହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଓଡିଶା କ୍ୟାଡରରେ ୨୪୮ ଆଇଏଏସ୍‌ ପଦବୀ ଥିବା ବେଳେ ୧୮୨ ଜଣ କାର୍ଯ୍ୟରତ ଅଛନ୍ତି । ଏହାବ୍ୟତୀତ ଦୁଇ ଜଣ ଆଇଏଏସ୍‌ ଅଧିକାରୀ ଅନ୍ତଃରାଜ୍ୟ ଡେପୁଟେସନରେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ଅଛନ୍ତି । ୨୨ ଜଣ ଆଇଏଏସ୍‌ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେହିପରି ରାଜ୍ୟରେ ସମୁଦାୟ ଆଇପିଏସ୍‌ ପଦବୀ ସଂଖ୍ୟା ୧୯୮ ଥିବା ବେଳେ ତାମଧ୍ୟରୁ ୬୯ଟି ପଦବୀ ଖାଲି ରହିଛି । ୧୦ ଜଣ ଆଇପିଏସ୍‌ ଅଧିକାରୀ ବର୍ତ୍ତମାନ ୫ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ତେଣୁ ଦେଖିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ ସମୟରେ ୬୬ ଜଣ ଆଇଏଏସ୍‌ ପଦବୀ ଖାଲି ପଡିଥିବା ବେଳେ ୬୯ ଆଇପିଏସ୍‌ ପଦବୀ ଖାଲି ରହିଛି ।

Post Views10 Total Count

Apply Now


This will close in 0 seconds

error: Content is protected !!