ବାଲେଶ୍ୱର ଜିଲ୍ଲା ବାହାନଗା  ବ୍ଲକ ବାରିପଦାରେ ଅଭାବନୀୟ ଘଟଣା

ଆଜି ମାଟ୍ରିକ ପରୀକ୍ଷା ଦେବାକୁ ବାହାରୁଥିବା ବେଳେ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସୋର ଡାକ୍ତରଖାନାକୁ ଆଣିଥିଲେ ମାତ୍ର ସେଠାରେ ଡାକ୍ତର ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା କହିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା  ବ୍ଲକ ବାରିପଦାରେ।

ବାରିପଦା ଗ୍ରାମର କୈଳାସ ଚନ୍ଦ୍ର ମାଝୀଙ୍କ ପୁଅ ଚନ୍ଦ୍ରଶେଖର ମାଝୀ (୧୫) ନିକଟସ୍ଥ ଆରୁହାବାଡ଼ ହାଇସ୍କୁଲରେ ପଢନ୍ତି। ଗତ ତିନିଦିନ ତଳେ ଘର ପାଖରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେହିଦିନ ରାତିରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରୁ ସାମାନ୍ୟ ସୁସ୍ଥତା ଅନୁଭବ କରିବା ପରେ ଘରକୁ ଯାଇଥିଲେ। ମାତ୍ର ପେଟ ବ୍ୟଥା କମିନଥିବା ବେଳେ ଆଜି ମାଟ୍ରିକ ପରୀକ୍ଷା ଦେବା ପାଇଁ ବାହାରିବା ବେଳେ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ  ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Post Views2 Total Count

Apply Now


This will close in 0 seconds

error: Content is protected !!