ସୁଟ୍‌କେଶ ଭିତରେ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ହରିୟାଣାରେ ପୌର ର୍ନିବାଚନ ଦିନ, ରୋହତକ ଦିଲ୍ଲୀ ରାଜପଥର ସାମ୍ପଲା ବସ ଷ୍ଟାଣ୍ଡ ନିକଟରେ ଜଣେ ମହିଳା କଂଗ୍ରେସ କର୍ମୀଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ମହିଳା ଯୁବ କଂଗ୍ରେସ ପଦାଧିକାରୀଙ୍କ ନାମ ହିମାନୀ ନରୱାଲ। ଯିଏକି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡାଙ୍କ ଗଡ଼ ରୋହତକର ବାସିନ୍ଦା ଅଟନ୍ତି। କୁହାଯାଉଛି ଯେ ସେ ପାର୍ଟିରେ ବହୁତ ସକ୍ରିୟ ଭାବରେ କାମ କରୁଥିଲେ।

ଶୁକ୍ରବାର ଦିନ ସାମ୍ପଲା ବସ ଷ୍ଟାଣ୍ଡ ନିକଟରେ ଏକ ବଡ଼ ନୀଳ ସୁଟକେସରେ ମହିଳାଙ୍କ ମୃତଦେହ ମିଳିଥିଲା, ଯାହା ପରେ ସାମ୍ପଲା ପୋଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା। ତାଙ୍କ ବେକରେ ଏକ ସ୍କାର୍ଫ ଗୁଡ଼ା ହୋଇଥିଲା ଏବଂ ତାଙ୍କ ହାତରେ ମେହେନ୍ଦୀ ମଧ୍ୟ ଲାଗିଥିଲା।

ହିମାନୀ ନରୱାଲ କିଏ

ସୋନିପତର କଥୁରା ଗାଁର ବାସିନ୍ଦା ହିମାନି ନରୱାଲ ଜଣେ କଂଗ୍ରେସ କର୍ମୀ ଥିଲେ। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ହିମାନି ନରୱାଲ ରୋହତକ ଏମପି ଦୀପେନ୍ଦର ହୁଡାଙ୍କ ସମେତ ଅନେକ ନେତାଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ଥିଲେ। ସେ କଂଗ୍ରେସ ରାଲି ଏବଂ ସାମାଜିକ କାର୍ଯ୍ୟକ୍ରମରେ ହରିୟାଣଭି ଲୋକ କଳାକାରଙ୍କ ସହିତ ପ୍ରଦର୍ଶନ କରିବା ପାଇଁ ଜଣାଶୁଣା ଥିଲେ। କେବଳ ଏତିକି ନୁହେଁ, ଭାରତ ଯୋଡ ଯାତ୍ରା ସମୟରେ ହିମାନୀଙ୍କୁ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ଦେଖିବାକୁ ମିଳିଥିଲା।

Post Views15 Total Count

Apply Now


This will close in 0 seconds

error: Content is protected !!