ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶାର ନୂଆ ମୁଖ୍ୟ ବିଚାରପତି । ଖୁବଶୀଘ୍ର ସମ୍ଭାଳିବେ ଦାୟିତ୍ବ। ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ ପରେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ କୋଲକାତା ହାଇକୋର୍ଟରେ ବିଚାରପତି ପଦରେ ଅଛନ୍ତି ଜଷ୍ଟିସ ଟଣ୍ଡନ । ୧୯ ଜାନୁଆରୀ ୨୦୨୫ରେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀ ପାଇଁ ଏହି ସୁପାରିଶ କରାଯାଇଥିଲା ।

ସୂଚନା ମୁତାବକ, ୨୦୧୦ ମସିହା ଏପ୍ରିଲ ୧୩ ତାରିଖରୁ ହରିଶ ଟଣ୍ଡନ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସର୍ବଭାରତୀୟ ହାଇକୋର୍ଟ ବିଚାରପତିଙ୍କ ବରିଷ୍ଠତା ତାଲିକାରେ ଜଷ୍ଟିସ ହରିଶ ୭ମ ସ୍ଥାନରେ ଅଛନ୍ତି । ଏହା ସହ ସେ କୋଲକାତା ହାଇକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ପଦୋନ୍ନତି ପୂର୍ବରୁ ସେ କୋଲକାତା ହାଇକୋର୍ଟରେ ଦେୱାନୀ ମାମଲାର ବିଚାର କରୁଥିଲେ। ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ବର୍ତ୍ତମାନ ଆଲ୍ଲାବାଦ୍ ହାଇକୋର୍ଟକୁ ବଦଳି କରାଯାଇଛି ।

Post Views3 Total Count

Apply Now


This will close in 0 seconds

error: Content is protected !!