ଆସନ୍ତା ଏପ୍ରିଲ୍‌ ୨ ରୁ ଆରମ୍ଭ ହେବ ଯୁକ୍ତ ୨ ଖାତାଦେଖା

ଆସନ୍ତା ଏପ୍ରିଲ୍‌ ୨ ରୁ ଆରମ୍ଭ ହେବ ଯୁକ୍ତ ୨ ଖାତାଦେଖା। ପ୍ରଥମ ପର୍ଯ୍ୟାୟରେ ୧୩ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ରୁ ୨୬ ତାରିଖ ମଧ୍ୟରେ ଖାତାଦେଖା ଚାଲିବ। ମୂଲ୍ୟାଙ୍କନର ୧୦ଦିନ ପୂର୍ବରୁ ପରୀକ୍ଷା ଖାତାକୁ କୋଡିଂ କରାଯିବ।

ଆସନ୍ତା ୨୭ ତାରିଖରେ ବିଜ୍ଞାନ ଓ ୨୭ ତାରିଖରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ସରିବ। ଏହାପରେ ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ରେ ଖାତାଦେଖା ହେବ। କଳା ବିଭାଗର ଓଡ଼ିଆ ଓ ଇଂରାଜୀ ବିଷୟର ଖାତା ଦେଖା ବହୁ ବିଳମ୍ବ ହେଉଥିବାରୁ ଚଳିତ ଥର ଏହାକୁ ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କରିବାକୁ ପଦକ୍ଷେପ ନିଆଯାଇଛି। ଚଳିତ ଥର ୬୩ଟି ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କେନ୍ଦ୍ର କରାଇଥିବାବେଳେ ୭୭ଟି ଅଫ୍‌ଲାଇନ୍‌ ଓ ୫୭ଟି କୋଡିଂ ସେଣ୍ଟର କରାଯାଇଛି। ମୂଲ୍ୟାଙ୍କନ କେନ୍ଦ୍ରକୁ ହେଉଥିବା ଦୂରତାକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲାରେ ମୂଲ୍ୟାଙ୍କନ କେନ୍ଦ୍ର ଖୋଲାଯାଇଛି। ଦେବଗଡ଼ ପରି ଜିଲ୍ଲାରେ ପ୍ରଥମ ଥର ପାଇଁ ମୂଲ୍ୟାଙ୍କନ କେନ୍ଦ୍ର ଖୋଲିବ।

Post Views9 Total Count

Apply Now


This will close in 0 seconds

error: Content is protected !!