ରାଜନୀତିରୁ ବିଦାୟ ନେବେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ

ରାଜନୀତିରୁ ବିଦାୟ ନେବେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। କେନ୍ଦୁଝରରେ ଏକ କର୍ମୀ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନିରଞ୍ଜନ। ସେ କହିଛନ୍ତି ଯେ ସକ୍ରିୟ ରାଜନୀତିରୁ ବିଦାୟ ନେବା ସମୟ ଆସିଗଲାଣି ବୋଲି ଭାବୁଛି । ବାପ ପୁଅ ଏକାଠି ଗୋଟିଏ ମଞ୍ଚରେ ବସିବାକୁ ଆମ ପରମ୍ପରା ଠିକ ଭାବେ ଗ୍ରହଣ କରେ ନାହିଁ ।

କେନ୍ଦୁଝରରେ କଂଗ୍ରେସର ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋଟିଏ ମଞ୍ଚରେ ନିରଞ୍ଜନ ପଟ୍ଟନାୟକ ଏଵଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବସିଥିଲେ। ଏହି ଅବସରରେ ନିରଞ୍ଜନ କହିଥିଲେ ବୟସ ହେଇଗଲାଣି, ପୁଅକୁ ଛାଡ଼ିବି ରାସ୍ତା। ସେପଟେ ଜୟଦେବ ଜେନା କହିଥିଲେ ଆମେ ଆମ ଘରର ମୁଖିଆ ନିରଞ୍ଜନଙ୍କୁ ଛାଡ଼ିବୁ ନାହିଁ। ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟାରେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କହିଥିଲେ ବାପା ଆମ ଆଦର୍ଶ, ତାଙ୍କ ପରି ପରିଶ୍ରମ ଆମେ କରିପାରିବୁ ନାହିଁ। ରାଜନୀତି ଆମେ ତାଙ୍କ ପରାମର୍ଶରେ କରି ଚାଲିଛୁ |

Post Views18 Total Count

Apply Now


This will close in 0 seconds

error: Content is protected !!