ଆଜି ଇଫ୍କୋ ପାରାଦ୍ୱୀପ ୟୁନିଟ ତରଫରୁ ଏସ ସି ବି ମେଡିକାଲ କଲେଜ ଓ ହସ୍ପିଟାଲ ର ମେଡ଼ିସିନ ବିଭାଗକୁ ୨୫ଗୋଟି ହୁଇଲ ଚେୟାର ପ୍ରଦାନ କରାଯାଇଅଛି । ଏସ. ସି. ବି ମେଡିକାଲ ନିଉ ମେଡ଼ିସିନ ବିଭାଗ ପରିସରରେ ପ୍ରଫେସର ଡା ଜୟନ୍ତ କୁମାର ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏସ. ସି. ବି ମେଡିକାଲ କଲେଜ ଓ ହସ୍ପିଟାଲ ର ଅଧକ୍ଷା ପ୍ରଫେସର ଡା ଲୁସି ଦାସ, ଇଫ୍କୋ ପାରାଦ୍ୱୀପ ୟୁନିଟ ର ମୁଖ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାପାତ୍ର, ସ୍ନାୟୁ ରୋଗ ବିଭାଗୀୟ ମୁଖ୍ୟ ଡା ଅଶୋକ କୁମାର ମଲ୍ଲିକ, ଇଫ୍କୋ ପାରାଦ୍ୱୀପର ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେହୁରା ଭାରତ ମସଲା ର ଅଧକ୍ଷ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ପଣ୍ଡା ଓ କଣ୍ଠ ଶିଳ୍ପୀ ହୁମାନ ସାଗର ପ୍ରମୁଖ ଉପସ୍ଥିତ ରହି ମେଡ଼ିସିନ ବିଭାଗ ର ପ୍ରତ୍ୟେକ ୟୁନିଟକୁ ହୁଇଲ ଚେୟାର ପ୍ରଦାନ କରିଥିଲେ। ଏହି ଅବସରରେ ମେଡ଼ିସିନ ର ୭ଟି ୟୁନିଟ, ମେଡ଼ିସିନ ବର୍ହି ବିଭାଗ, ଆଇ. ସି. ୟୁ, ଆଶୁ ଚିକିତ୍ସା ବିଭାଗ, ମେଡ଼ିସିନ କ୍ୟାବିନ୍ ଓ ଡାଇରିଆ ଇତ୍ୟାଦି ୱାର୍ଡର ସେବିକା ମାନଙ୍କୁ ହୁଇଲ ଚେୟାର ଗୁଡିକୁ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବିଶ୍ୱରଞ୍ଜନ ସାହୁ, ସୀତାଂଶୁ ଶେଖର ଦାସ ପ୍ରଭାତ ବେହେରା ଓ ଦିବ୍ୟ ରଞ୍ଜନ ପରିଡା ପ୍ରମୁଖ ସହଯୋଗ କରିଥିଲେ।
Related Posts
ସାମ୍ବାଦିକତା ଓ ଗଣ ଯୋଗାଯୋଗ କ୍ଷେତ୍ରରେ କ୍ୟାରିୟର ସୁଯୋଗ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ଏବଂ ଢେଙ୍କାନାଳ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ସାନ୍ଧ୍ୟ…
ବିଜେପି ଟିମରେ ସାମିଲ ହେଲେ ପ୍ରବୋଧ ତିର୍କୀ
କଂଗ୍ରେସରୁ ଇସ୍ତଫା ଦେବାପରେ ବିଜେପିରେ ମିଶିଲେ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀ । ଟିକେଟ୍ କାଟିବା ପରେ ନିକଟରେ…
ବସ୍ ଦୁର୍ଘଟଣାରେ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ
ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟସ୍ଥ ଜମାଲପୁର ଛକରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଘରୋଇ ବସ୍ ସ୍କୁଟିକୁ…

