ଶପଥ ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ । ସେ ଆଜି ସକାଳ ୧୦ଟାରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ହରିବାବୁ କମ୍ଭମପତି ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଓଡ଼ିଶା ହାଇକୋର୍ଟ ପରିସରରେ ଏହି ସମାରୋହରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ, ହାଇକୋର୍ଟର ସମସ୍ତ ବିଚାରପତି, କର୍ମଚାରୀ, ବାର ଆସୋସିଏସନ୍ର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି।

Post Views16 Total Count

Apply Now


This will close in 0 seconds

error: Content is protected !!