ତାରା ବାହିନୀପତି ଓ ରମେଶ ଜେନା ସସପେଣ୍ଡ, ଗୃହକୁ ୭ ଦିନ ପାଇଁ ଯିବା ମନା

ଆଉ ଦୁଇ କଂଗ୍ରେସ ବିଧାୟକ ନିଲମ୍ବିତ । ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବନ କଲେ ବାଚସ୍ପତି । ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ ।

ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରାଯାଇଛି । ଗତକାଲି ୧୨ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ କରାଯାଇଥିଲା । ବାକି ଦୁଇ ବିଧାୟକଙ୍କୁ ଆଜି ନିଲମ୍ବନ କଲେ ବାଚସ୍ପତି । ବର୍ତ୍ତମାନ ସୁଦ୍ଧା କଂଗ୍ରେସର ସମସ୍ତ ୧୪ ବିଧାୟକ ସସ୍ପେଣ୍ଡ ହୋଇଛନ୍ତି ।

ସୂଚନା ଅନୁସାରେ ଗତକାଲି ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା ପରେ କଂଗ୍ରେସର ୧୨ ବିଧାୟକ ରାମଚନ୍ଦ୍ର କାଡାମ, ସିଏସ ରାଜନ ଏକ୍କା, ଦାଶରଥୀ ଗମାଙ୍ଗ,ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ,ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା ,କାଡ୍ରାକା ଆପାଲାସ୍ବାମୀ, ସୋଫିଆ ଫିର୍ଦ୍ଦୋସ ଓ ନୀଳମାଧବ ହିକ୍କକାଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି

Post Views50 Total Count

Apply Now


This will close in 0 seconds

error: Content is protected !!