ଆପଲ୍ ସିଇଓଙ୍କୁ ଭାରତରେ ଉତ୍ପାଦନ ନବଢାଇବାକୁ ତାଗିଦ କଲେ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ୍ କମ୍ପାନୀର ସିଇଓ ଟିମ୍ କୁକ୍‌ଙ୍କୁ ଭାରତରେ ଉତ୍ପାଦନ ବୃଦ୍ଧି ନକରିବାକୁ କହିଛନ୍ତି। କତାରର ଦୋହାରେ ଏକ ବ୍ୟବସାୟିକ ସମ୍ମିଳନୀରେ ଯୋଗଦେଇ ଟ୍ରମ୍ପ କହିଛନ୍ତି, “ମୁଁ ଟିମ୍ କୁକ୍‌ଙ୍କ ସହ କାଲି କିଛି ଆଲୋଚନା କରିଥିଲି। ମୁଁ ତାଙ୍କୁ କହିଲି, ମୁଁ ଚାହୁଁନାହିଁ ତୁମେ ଭାରତରେ ଉତ୍ପାଦନ ବଢାଅ। ଭାରତ ନିଜେ ନିଜର ଯତ୍ନ ନେଇପାରିବ।” ଟ୍ରମ୍ପ ଆହୁରି କହିଛନ୍ତି ଯେ ଏହି ଆଲୋଚନା ପରେ ଆପଲ୍ ଆମେରିକାରେ ନିଜର ଉତ୍ପାଦନ ବୃଦ୍ଧି କରିବ।

ଏହି ମନ୍ତବ୍ୟ ଏକ ସମୟରେ ଆସିଛି ଯେତେବେଳେ ଆପଲ୍ ଭାରତରେ ନିଜର ଆଇଫୋନ୍ ଉତ୍ପାଦନକୁ ବୃଦ୍ଧି କରୁଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ଆପଲ୍ ଭାରତରେ ୨୨ ବିଲିୟନ୍ ଡଲାର୍ ମୂଲ୍ୟର ଆଇଫୋନ୍ ଉତ୍ପାଦନ କରିଛି। ଯାହା ପୂର୍ବ ବର୍ଷ ତୁଳନାରେ ୬୦% ଅଧିକ ବୋଲି ଜଣାପ଼ିଛି। କମ୍ପାନୀର ଲକ୍ଷ୍ୟ ହେଉଛି ୨୦୨୬ ଶେଷ ସୁଦ୍ଧା ଆମେରିକାରେ ବିକ୍ରି ହେଉଥିବା ଅଧିକାଂଶ ଆଇଫୋନ୍ ଭାରତରେ ଉତ୍ପାଦନ କରିବା। ଯାହା ଚୀନ୍ ଉପରେ ନିର୍ଭରଶୀଳତା କମାଇବ ସହ ଭୌଗୋଳିକ ରାଜନୈତିକ ଉତ୍ତେଜନାରୁ ରକ୍ଷା କରିବ।

ଟ୍ରମ୍ପ ଭାରତକୁ ବିଶ୍ୱର ସର୍ବାଧିକ ଶୁଳ୍କ ଜାରି କରୁଥିବା ଦେଶ ମଧ୍ୟରୁ ଗୋଟିଏ ବୋଲି ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ ଭାରତ ଆମେରିକୀୟ ଉତ୍ପାଦଗୁଡ଼ିକ ଉପରେ ଶୁଳ୍କ ରଦ୍ଧ କରିବାକୁ ଏକ ପ୍ରସ୍ତାବ ଦେଇଛି। ଯଦିଓ ଭାରତ ସରକାର ଏପର୍ଯ୍ୟନ୍ତ ଏହାକୁ ସରକାରୀ ଭାବେ ନିଶ୍ଚିତ କରିନାହାଁନ୍ତି।ଏହି ମନ୍ତବ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ନୂଆ ଉତ୍ତେଜନା ସୃଷ୍ଟି କରିପାରେ। କାରଣ ଏହା ଭାରତର ପ୍ରତିଶୋଧମୂଳକ ଶୁଳ୍କ ଘୋଷଣା ପରେ ଆସିଛି। ଯାହା ଆମେରିକାର ଭାରତୀୟ ଷ୍ଟିଲ୍ ଏବଂ ଆଲୁମିନିୟମ୍ ରପ୍ତାନି ଉପରେ ଉଚ୍ଚ ଶୁଳ୍କ ଆରୋପ ପରେ ଘୋଷଣା ହୋଇଥିଲା। ଆପଲ୍ ତରଫରୁ ଏହି ମନ୍ତବ୍ୟ ଉପରେ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ଏହା କମ୍ପାନୀର ଭାରତରେ ଉତ୍ପାଦନ ବୃଦ୍ଧି ଯୋଜନା ଏବଂ ଆମେରିକା-ଭାରତ ବାଣିଜ୍ୟ ସମ୍ପର୍କ ଉପରେ ଏହାର ପ୍ରଭାବ ନିକଟରେ ଦେଖାଯାଇପାରେ।

Post Views7 Total Count

Apply Now


This will close in 0 seconds

error: Content is protected !!