‘ଏକ୍ସ’କୁ ବିକିଲେ ଏଲନ୍ ମସ୍କ

ବିକ୍ରି ହୋଇଗଲା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’। ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତି ଏଲନ୍ ମସ୍କ କିଛି ବର୍ଷ ପୂର୍ବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ କିଣିଥିଲେ। ଏଥିରେ ଅନେକ ପରିବର୍ତ୍ତନ କରିବା ପରେ ଏବେ ମସ୍କ ‘ଏକ୍ସ’କୁ ବିକି ଦେଇଛନ୍ତି। ଜାଣନ୍ତୁ ଏହି ଡିଲ୍ କେତେ ଟଙ୍କାରେ ହୋଇଛି ଏବଂ କେଉଁ କମ୍ପାନି ଏକ୍ସ’କୁ କିଣିଛି।

‘ଏକ୍ସ’କୁ ଏଲନ୍ ମସ୍କଙ୍କ ଅନ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନି ଏକ୍ସଏଆଇ କିଣିଛି। ୩୩ ବିଲିୟନ ଡଲାରରେ ଏହି ଚୁକ୍ତି ହୋଇଛି। ଭାରତୀୟ ମୁଦ୍ରାରେ ଏହା ୨ ଲକ୍ଷ ୮୨ ହଜାର କୋଟି ଟଙ୍କାରେ ବିକ୍ରି ହୋଇଛି। ଏଲନ୍ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।ଏକ୍ସରେ ଏକ ପୋଷ୍ଟ ସେୟାର କରି ଏଲନ୍ ମସ୍କ ଲେଖିଛନ୍ତି ଯେ, ”ଏକ୍ସ’କୁ ଏକ୍ସଏଆଇ ନିଜର ଷ୍ଟକ୍ ବ୍ୟବହାର କରି କିଣିଛି। ଏଥିରେ ଏକ୍ସଏଆଇର ମୂଲ୍ୟ ୮୦ ବିଲିୟନ ଡଲାର ଏବଂ ଏକ୍ସର ମୂଲ୍ୟ ୩୩ ବିଲିୟନ ଡଲାର ହେବ। ଏହି ଚୁକ୍ତିରେ ୧୨ ବିଲିୟନ ଡଲାର ଋଣ ଅନ୍ତର୍ଭୁକ୍ତ ହେବା ସହିତ ‘ଏକ୍ସ’ର ମୋଟ ମୂଲ୍ୟ ହେଉଛି ୪୫ ବିଲିୟନ ଡଲାର।”

ତଥାପି, ଏହି ଚୁକ୍ତି ପରେ ଏକ୍ସ ଏବଂ ଏକ୍ସଏଆଇ’ର ମୁଖପାତ୍ରଙ୍କ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ। ଏକ୍ସଏଆଇ ୨୦୨୩ ମସିହାରେ ଲଞ୍ଚ୍ କରାଯାଇଥିଲା। ‘ଗ୍ରୋକ’କୁ ଏକ୍ସଏଆଇ ଦ୍ୱାରା ଲଞ୍ଚ୍ କରାଯାଇଥିଲା। ଏଆଇ ଚାଟବଟ୍ ହେଉଛି ଗ୍ରୋକ୍, ଯାହା କି ଯେ କୌଣସି ବିଷୟରେ ବ୍ୟବହାରକାରୀଙ୍କୁ ସୂଚନା ପ୍ରଦାନ କରେ। ଏହା ବ୍ୟତୀତ, ଗ୍ରୋକ୍ ସାହାଯ୍ୟରେ ଫଟୋ ମଧ୍ୟ ଜେନେରେଟ୍ କରାଯାଇପାରିବ।

Post Views14 Total Count

Apply Now


This will close in 0 seconds

error: Content is protected !!