ଉତ୍ତରାଧିକାରୀ ବାଛିଲେ ଖେମିନି

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନି ଇସ୍ରାଏଲର ହତ୍ୟା ଧମକ ପରେ ଏକ ବଙ୍କରରେ ଆଶ୍ରୟ ନେଇଥିବା ବେଳେ ତିନି ଜଣ ମୌଲବୀଙ୍କୁ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ନାମିତ କରିଥିବା ଜଣାଯାଇଛି।

ଆୟାତୋଲ୍ଲା ଅଲ୍ଲୀ ଖେମିନି ଇସ୍ରାଏଲ ଆକ୍ରମଣରେ ନିହତ ହୋଇଥିବା ଶୀର୍ଷ ସାମରିକ କମାଣ୍ଡରଙ୍କ ସ୍ଥାନରେ ନୂତନ ନିଯୁକ୍ତି ଦେବା ଆରମ୍ଭ କରିଛନ୍ତି।ଖେମିନିଙ୍କ ପୁଅ ମୋଜତାବା ତାଙ୍କ ଉତ୍ତରାଧିକାରୀ ଭାବେ ମନୋନୀତ ହୋଇଥିବା ମୌଲବୀମାନଙ୍କ ମଧ୍ୟରେ ନାହାନ୍ତି – ଯଦିଓ ପୂର୍ବରୁ ତାଙ୍କୁ ଏହି ଭୂମିକା ପାଇଁ ପ୍ରସ୍ତୁତ କରାଯାଉଥିଲା।

ରିପୋର୍ଟ ଅନୁଯାୟୀ, ୮୬ ବର୍ଷୀୟ ଖେମିନି ଇସ୍ରାଏଲ କିମ୍ବା ଆମେରିକା ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବାର ସମ୍ଭାବନା ବିଷୟରେ ଅବଗତ ଅଛନ୍ତି। ଏହି ବିପଦକୁ ଦୃଷ୍ଟିରେ ରଖି ସେ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ଚୟନ ଦାୟିତ୍ୱରେ ଥିବା ଧାର୍ମିକ ସଂସ୍ଥା ‘ଆସେମ୍ବଲି ଅଫ୍ ଏକ୍ସପର୍ଟ’କୁ ଉକ୍ତ ତିନୋଟି ନାମ ମଧ୍ୟରୁ ଉତ୍ତରାଧିକାରୀ ଚୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Post Views3 Total Count

Apply Now


This will close in 0 seconds

error: Content is protected !!