ୟୁପିରେ ବର୍ଷା ବିତ୍ପାତ

ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା। ଅତି ପ୍ରବଳ ବର୍ଷାରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି । ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ହେଲାଣି  । ଆଇଏମଡି ଆସନ୍ତା ସପ୍ତାହେ ଯାଏଁ ବର୍ଷା ହେବା ନେଇ ଅନୁମାନ କରିଛି  । କିଛି ଦିନ ହେଲା ଲଗାଣ ବର୍ଷା ପାଇଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  । ଆଲର୍ଟକୁ ନଜରରେ ରଖି ଅନେକ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି  । ଆଲର୍ଟରେ ଥିବା ଜିଲ୍ଲା ପ୍ରଶାସନକୁ ଆଗୁଆ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି  । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧.୮ ମିଲିମିଟର ବର୍ଷା ହୋଇଛି  । ଯାହା ସ୍ବାଭାବିକ ଠାରୁ ୬.୪ ମିଲିମିଟର ଅଧିକ ବର୍ଷା ହୋଇଛି  ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!