କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ। ଅଶ୍ୱିନୀ ବୈଷ୍ଣବଙ୍କ ପିତା ଦାଉଲାଲ ବୈଷ୍ଣବଙ୍କ ୮୧ ବର୍ଷ ବୟସରେ ପରଲୋକ। ମଙ୍ଗଳବାର ସକାଳେ ଏମ୍ସ ହସ୍ପିଟାଲରେ ଦାଉଲାଲ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ତାଙ୍କୁ ଯୋଧପୁର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଦାଉଲାଲ ବୈଷ୍ଣବ ମୂଳତଃ ପାଲି ଜିଲ୍ଲାର ଜୀବନ୍ତ କଲା ଗ୍ରାମର ବାସିନ୍ଦା ଥିଲେ। ସେ ତାଙ୍କ ପରିବାର ସହିତ ଯୋଧପୁରରେ ରହୁଥିଲେ। ଦାଉଲାଲ ତାଙ୍କ ଗ୍ରାମର ସରପଞ୍ଚ ଥିଲେ ଏବଂ ସାମାଜିକ କାର୍ଯ୍ୟରେ ତାଙ୍କର ସକ୍ରିୟ ଭୂମିକା ଥିଲା। ସେ ଦୀର୍ଘ ଦିନ ଧରି ଯୋଧପୁରରେ ଜଣେ ଓକିଲ ଏବଂ ଟିକସ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି।ଅଶ୍ଵିନୀ ବୈଷ୍ଣବ ସକାଳ ୧୦ଟାରେ ଯୋଧପୁରରେ ପହଞ୍ଚିଛନ୍ତି। ଆଜି ଯୋଧପୁରରେ ଦାଉଲାଲ ବୈଷ୍ଣବଙ୍କର ଶେଷକୃତ୍ୟ କରାଯିବ। ଏଥିପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Post Views7 Total Count

Apply Now


This will close in 0 seconds

error: Content is protected !!