ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ଗଲେ ଚାରିଜଣ ଯୁବକ

ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ଗଲେ ଚାରିଜଣ ଯୁବକ। ରଥଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ଜଗିଥିବାବେଳେ ଗତକାଲି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ୪ଜଣ ଯୁବକ କୋଉ ଉଦେଶ୍ୟ ନେଇ ଚଢି ଭିତରକୁ ଯାଇଛନ୍ତି । ସୁରକ୍ଷାକର୍ମୀ ଏନେଇ ଅବଗତ ଥିଲେ ନା ସୁରକ୍ଷାରେ ଅବହେଳା ହୋଇଛି ତାହା ତଦନ୍ତ ସାପେକ୍ଷ। ତେବେ ପୂର୍ବରୁ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଗୁଇନ୍ଦା ବିଭାଗ ତରଫରୁ ସତର୍କ କରାଯାଇଥିବା ବେଳେ ଏ ଦୃଶ୍ୟ ଶ୍ରୀମନ୍ଦିରକୁ ବିପଦରେ ପକାଉଛି ଏଥିରେ ସନ୍ଦେହ ନାହିଁ ।

ସେପଟେ ସମସ୍ତ ସୁରକ୍ଷାକର୍ମୀ ତିନିରଥର ସୁରକ୍ଷା ସହ ଭକ୍ତଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଥିବା ବେଳେ ଶ୍ରୀମନ୍ଦିର ବାହାର ଓ ଭିତର ସୁରକ୍ଷା ବ୍ୟବସ୍ଥାର ଚରମ ଅବହେଳା ଏବେ ପଦାରେ ପଡିଛି ।

Post Views15 Total Count

Apply Now


This will close in 0 seconds

error: Content is protected !!