୧୧ଟି ନୂତନ ବ୍ଲକ ଆକାଂକ୍ଷୀ ବ୍ଲକ ଯୋଜନାରେ ସାମିଲ

ଓଡ଼ିଶାର ୧୧ଟି ନୂଆ ବ୍ଲକ ନୀତି ଆୟୋଗ ଦ୍ୱାରା ଆକାଂକ୍ଷୀ ବ୍ଲକ ଯୋଜନାରେ ସାମିଲ ହୋଇଛି । କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ନୂଆ ବ୍ଲକ ସାମିଲ ହୋଇଛି। ଏହାଦ୍ୱାରା ବର୍ତ୍ତମାନ ଓଡ଼ିଶାର ସମୁଦାୟ ୪୦ଟି ବ୍ଲକ ଆକାଂକ୍ଷୀ ବ୍ଲକ ରେ ପରିଣତ ହୋଇଛି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବ୍ଲକ ଗୁଡ଼ିକୁ ସାମିଲ କରିବା ପାଇଁ ନୀତି ଆୟୋଗକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି ନୀତି ଆୟୋଗ ଏହି ବ୍ଲକ ଗୁଡିକୁ ଆକାଂକ୍ଷୀ ଯୋଜନାରେ ସାମିଲ କରିଛି ।ଯେଉଁ ନୂତନ ବ୍ଲକ ଗୁଡ଼ିକ ଆକାଂକ୍ଷୀ ଯୋଜନାରେ ସାମିଲ ହେଲା, ସେଗୁଡ଼ିକ ହେଉଛି – କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର, ପାଟଣା ଓ ତେଲକୋଇ ଏବଂ ମୟୂରଭଞ୍ଜ ଜିଲ୍ଲାର ବହଳଦା, ବିଜାତଳା, ଜାମଡ଼ା, କୁସୁମୀ, ରାଇରଙ୍ଗପୁର ଓ ତିରିଙ୍ଗି ।  ନୀତି ଆୟୋଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ଯୋଜନା ଗୁଡ଼ିକ ସମ୍ମିଳିତ ଭାବେ (Convergence) କାର୍ଯ୍ୟକାରୀ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରର ବିଭିନ୍ନ ସୂଚକାଙ୍କରେ ବ୍ଲକମାନଙ୍କ ମଧ୍ୟରେ ର‍୍ୟାଙ୍କିଙ୍ଗ କରାଯାଇ ବିକାଶ ପାଇଁ ପ୍ରତିଯୋଗୀତାମୂଳକ ପରିବେଶ ସୃଷ୍ଟି କରାଯାଉଛି। ଏହାଦ୍ୱାରା ଏହି ଅଞ୍ଚଳ ଗୁଡ଼ିକରେ ବିକାଶ ତ୍ୱରାନ୍ୱିତ ହୋଇପାରୁଛି।

Post Views30 Total Count

Apply Now


This will close in 0 seconds

error: Content is protected !!