ନବୀନ ନେଲେ ବଡ଼ ଆକ୍ସନ,ଅମରେଶ ବିଜେଡିରୁ ନିଲମ୍ବିତ

ନବୀନ ନେଲେ ବଡ଼ ଆକ୍ସନ। ବଳାତ୍କାର ମାମଲାରେ ଅମରେଶ ଜେନା ଗିରଫ ହେବା ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି ନବୀନ। ଅମରେଶ ଗିରଫ ହେବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସଭାପତି।ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ବାଲେଶ୍ୱରରୁ ଗିରଫ କରିଛି। ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗରେ ଅମରେଶଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା (ନଂ. ୩୯୪/୨୦୨୫) ରୁଜୁ ହୋଇଥିଲା।

ଗତକାଲି ଶନିବାର ଲକ୍ଷ୍ମୀସାଗର ପୋଲିସ ଅମରେଶଙ୍କୁ ଫେରାର ହେବାରେ ସହାୟତା କରିଥିବା ଅଭିଯୋଗରେ ତାଙ୍କର ୫ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଏମାନେ ହେଲେ ବିବେକ କୁମାର ସ୍ୱାଇଁ (୨୯), ବିକ୍ରମ ମହାନ୍ତି (୪୨), ଦେବେନ୍ଦ୍ର କୁମାର ଭୋଳ ଓରଫେ ବୁଲୁ (୪୫), ସୁମନ କୁମାର ସାହୁ (୨୭) ଏବଂ ରାଜୀବ ଚମ୍ପତି (୪୫)। ଏହି ଅଭିଯୁକ୍ତମାନଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS) ଓ POCSO ଆଇନରେ ବିଭିନ୍ନ ଧାରାରେ ଅଭିଯୋଗ ଲଗାଯାଇ ଝାରପଡ଼ା ଜେଲକୁ ପଠାଯାଇଛି।

Post Views12 Total Count

Apply Now


This will close in 0 seconds

error: Content is protected !!