ଭାରତୀୟ ରେଳରେ ଯିବା ଆସିବା ଟିକଟ କିଣିଲେ ୨୦% ରିଆତି

ପାର୍ବଣ ଋତୁ ପାଇଁ ଭାରତୀୟ ରେଳପଥ ଯାତ୍ରୀଙ୍କ ପାଇଁ ରେଳ ଟିକଟ ଭଡ଼ା ଉପରେ ରିଆତି ବ୍ୟବସ୍ଥା ଆଣିଛି। ରେଳ ଯାତ୍ରୀ ଯିବା ଆସିବା ଏକାଥରେ ଟିକଟ କିଣିଲେ ମୋଟ ଭଡ଼ା ଉପରେ ୨୦% ରିଆତି ପାଇବେ। ଏହି ରିଆତି ପାଇବା ପାଇଁ ଯାତ୍ରୀ କେବଳ ଫେରିବା ଟିକଟ ଅକ୍ଟୋବର ୧୩ରୁ ୨୬ ମଧ୍ୟରେ କିଣିପାରିବେ। କିଣିଥିବା ଟିକଟରେ ନଭେମ୍ବର ୧୭ରୁ ଡିସେମ୍ବର ୧ ମଧ୍ୟରେ ଯାତ୍ରୀ ରେଳଯାତ୍ରା କରି ଗନ୍ତବ୍ୟସ୍ଥଳକୁ ଆସିବେ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପର୍ବପର୍ବାଣିରେ ପ୍ରତ୍ୟେକ ଷ୍ଟେସନରେ ପ୍ରବଳ ଭିଡ଼ ଦେଖାଯାଏ। ଲୋକଙ୍କୁ ହଜାର ହଜାର କି.ମି. ଠିଆ ହୋଇ ଯାତ୍ରା କରିବାକୁ ପଡ଼େ। ଏହି ଭିଡ଼ ଏବଂ ସୁରକ୍ଷିତ ଯାତ୍ରା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯିବା ଆସିବା ମୋଟ ଭଡ଼ାରେ ୨୦% ରିଆତି ପାର୍ବଣ ଉପହାର ଦେଇଛନ୍ତି।

ଏ ସମ୍ପର୍କରେ ରେଳ ମନ୍ତ୍ରଣାଳୟ ଏକ ‘ରାଉଣ୍ଡ ଟ୍ରିପ୍ ପ୍ୟାକେଜ ଫର ଫେଷ୍ଟିଭାଲ ରସ୍’ ଅର୍ଥାତ ପାର୍ବଣ ପାଇଁ ଭଡ଼ା ଯୋଜନା ଆରମ୍ଭ କରିଛି।ଏହି ରିଆତି କେବଳ ସେହି ଯାତ୍ରୀଙ୍କୁ ଦିଆଯିବ ଯେଉଁମାନେ ସମାନ ନାମ ଏବଂ ବିବରଣୀ ସହିତ ଆସିବା ଏବଂ ଯିବା ପାଇଁ ଟିକଟ ବୁକ କରିବେ। ଉଭୟ ଟିକଟ ସମାନ ଶ୍ରେଣୀ ଏବଂ ସମାନ ଷ୍ଟେସନ ହେବା ଉଚିତ।

Post Views32 Total Count

Apply Now


This will close in 0 seconds

error: Content is protected !!