ବି. ସୁଦର୍ଶନ ରେଡ୍ଡୀ ହେଲେ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ

ବିରୋଧୀ ଦଳ ତଥା ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ। ଇଣ୍ଡି ମେଣ୍ଟ ବୈଠକରେ ମଙ୍ଗଳବାର ସୁଦର୍ଶନଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। କଂଗ୍ରେସର ବରିଷ୍ଠ ନେତା ତଥା ଏଆଇସିସି ସଭାପତି ମଲିକାର୍ଜୁନ ଖଡଗେ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ପୂର୍ବରୁ ଶାସକ ଏନଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ରାଧାକୃଷ୍ଣନଙ୍କ ବିରୋଧରେ ସୁଦର୍ଶନଙ୍କୁ ପ୍ରାର୍ଥୀ କରାଯାଇଛି। ଫଳରେ ଉପରାଷ୍ଟ୍ରପତି ନିର୍ବାଚନ ଅପ୍ରତିଦ୍ଵନ୍ଦ୍ଵୀ ହେବା ନେଇ ଯେଉଁ ଆଲୋଚନା ହେଉଥିଲା ତାହାର ଅବସାନ ଘଟିଛି। ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଂିତ ହେବ।

ସୁଦର୍ଶନ ବର୍ତ୍ତମାନ ଓସମାନିଆ ବିଶ୍ଵବିଦ୍ୟାଳୟର ଆଇନ ପରାମର୍ଶଦାତା ଅଛନ୍ତି। ଏହା ପୂର୍ବରୁ ସେ ଗୁଆହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି।

Post Views59 Total Count

Apply Now


This will close in 0 seconds

error: Content is protected !!