ହୀରାକୁଦ ଡ୍ୟାମର ଖୋଲିଲା ଆଉ ୪ ଫାଟକ

ଉପରମୁଣ୍ଡରେ ବର୍ଷା ଲାଗି ରହିବା ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି। ତେଣୁ ରବିବାର ଡ୍ୟାମର ଆଉ ୪ଟି ଫାଟକକୁ ଖୋଲି ଦିଆଯାଇଛି। ଫଳରେ ମୋଟ ୧୨ଟି ଫାଟକ ଦେଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ହେଉଛି।

ଶନିବାର ଦୁଇଟି ପର୍ଯ୍ୟାୟରେ ୮ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ଶୁକ୍ରବାର ରାତି ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୧୮.୮୫ ଫୁଟ ଥିବାବେଳେ ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୨୧.୩୩ ଫୁଟକୁ ପହଞ୍ଚିଛି। ଲଘୁଚାପ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ପରିପ୍ରେକ୍ଷୀରେ ଅତିରିକ୍ତ ଫାଟକ ଖୋଲାଯାଇପାରେ ବୋଲି ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ କରାଯାଇଥିଲା। ଯାହାଫଳରେ ରବିବାର ଆଉ ୪ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି।

Post Views74 Total Count

Apply Now


This will close in 0 seconds

error: Content is protected !!