କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ । କ୍ଲିନିକାଲ ଟ୍ରାଏଲ୍ ରେ ସଫଳ ହେଲା ରୁଷ ଭ୍ୟାକ୍ସିିନ । ଏନେଇ ବଡ଼ ଘୋଷଣା କରିଛନ୍ତି ରୁଷୀୟ ବୈଜ୍ଞାନିକ ।
ରୁଷର ସଂଘୀୟ ମେଡିକାଲ ଏଜେନ୍ସି ବା ଏଫଏମବିଏର ମୁଖ୍ୟ ଏହି ଘୋଷଣା କରି କହିଛନ୍ତି ପ୍ରୋ କ୍ଲିନିକାଲ୍ ପରୀକ୍ଷଣରେ ଏହି ଟୀକା ସଫଳତା ହାସଲ କରିଛି ।
ଆଉ ଏହି ଟୀକା ବ୍ୟବହାର ପାଇଁ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହା mRNA ଟିକା। ଯାହା ଜେନେଟିକ ଗଠନ ଉପରେ ଆଧାରିତ ।
ଏହି ଟିକା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କ୍ୟାନସର କୋଷକୁ ଚିହ୍ନଟ କରି ନଷ୍ଟ କରିଦେବ । ଏହାଛଡା ଏହା ବାରମ୍ବାର ବ୍ୟବହାର ଉପଯୋଗୀ ।

