ବଢିଲା ବିଡିଓ ଙ୍କ କ୍ଷମତା

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ବଢିଲା ବିଡିଓଙ୍କ କ୍ଷମତା । ବିଡିଓଙ୍କ ଆର୍ଥିକ କ୍ଷମତାକୁ ବଢାଇଲେ ରାଜ୍ୟ ସରକାର । ଏ ନେଇ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗ୍ରାମ ପଞ୍ଚାୟତ ସମିତିସ୍ତରରେ ବୃଦ୍ଧି ପାଇଥିବା ପାଣ୍ଠିର ପ୍ରବାହ ଓ ବିକାଶମୂଳକ କାର୍ଯ୍ୟର ପରିମାଣକୁ ଦୃଷ୍ଟିରେ ରଖି ଓଡ଼ିଶା ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟମାବଳୀ-୨୦୦୨ ଅଧୀନରେ ନିର୍ଦ୍ଧାରିତ ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ କ୍ଷମତାକୁ ବୃଦ୍ଧି କରାଯାଇଛି।

ଏଣିକି ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)ମାନଙ୍କର ପଞ୍ଚାୟତସମିତି କାର୍ଯ୍ୟର ବିଲ୍‌ ପାସ୍‌ କରିବା ପାଇଁ ଆର୍ଥିକ କ୍ଷମତା ୧୦ ଲରିବ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ପଞ୍ଚାୟତ ସମିତି ପ୍ରକଳ୍ପଗୁଡ଼ିକର ଯୋଜନା ଏବଂ ଆକଳନର ପ୍ରଶାସନିକ ଅନୁମୋଦନ ପ୍ରଦାନ କରିବାର କ୍ଷମତା ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ନ୍ୟସ୍ତ କରାଯାଇଛି। ମୁଖ୍ୟ ସଚିବ କହିଛନ୍ତି, ସାଧାରଣ ବିକାଶମୂଳକ କାର୍ଯ୍ୟଗୁଡ଼ିକ ପାଇଁ ବୈଷୟିକ ମଞ୍ଜୁରୀ ଏବଂ ପ୍ରଶାସନିକ ଅନୁମୋଦନ ପୂର୍ବରୁ ଯାହା ଥିଲା, ତାହାକୁ ବୃଦ୍ଧି କରାଯାଇଛି।

କନିଷ୍ଠ ତଥା ସହକାରୀ ଯନ୍ତ୍ରୀମାନେ ଏବେ ୫ ଲକ୍ଷ ପର୍ଯ୍ୟନ୍ତ ବୈଷୟିକ ମଞ୍ଜୁରୀ ପ୍ରଦାନ କରିପାରିବେ। ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ୫ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ କ୍ଷମତା ମିଳିଥିବାବେଳେ ନିର୍ବାହୀ ଯନ୍ତ୍ରୀମାନେ ୨୦ ଲକ୍ଷରୁ ୧ କୋଟି, ଅଧୀକ୍ଷଣ ଯନ୍ତ୍ରୀମାନେ ୧ କୋଟିରୁ ୪ କୋଟି ପର୍ଯ୍ୟନ୍ତ ଏବଂ ୪ କୋଟିରୁ ଅଧିକ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀଙ୍କ ଦ୍ବାରା ବୈଷୟିକ ମଞ୍ଜୁରୀ ପ୍ରଦାନ କରାଯିବ।

Post Views5 Total Count

Apply Now


This will close in 0 seconds

error: Content is protected !!