ସାଇ ସତ୍ୟଜିତ ପଣ୍ଡାଙ୍କୁ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁଙ୍କ ମାନସିକ ନିର୍ଯାତନା

ଯାତ୍ରା ମଞ୍ଚରେ ସାପ ଦେଖାଇ ଅଭିନୟ କରୁଥିବା ତୁଳସୀ ଗଣନାଟ୍ୟର ଭିଲିଆନ ସାଇ ସତ୍ୟଜିତ ପଣ୍ଡାଙ୍କ ଜୀବନ ବିପଦରେ ଅଛି | ଏକଥା ଆମେ କହୁନାହୁଁ ବରଂ ତାଙ୍କ ମା ଆଜି ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି | ଖଳନାୟକ ସାଇ ସତ୍ୟଜିତ ପଣ୍ଡାଙ୍କୁ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁ ମାନସିକ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ ହୋଇଛି |ସାଇ ସତ୍ୟଜିତ ପଣ୍ଡାଙ୍କ ମା ପଦ୍ମିନୀ ଦାଶ ବାଲିପାଟଣା ଥାନାରେ ଲିଖିତ ଭାବେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି | ସେ ଅଭିଯୋଗ କରିଛନ୍ତି ଯେ ଯାତ୍ରା ପାର୍ଟିରେ ଗୁଣ୍ଡା ଲଗାଇ ସାଇଙ୍କୁ ଧମକ ଦିଆଯାଉଛି । ପୁଅର ଜୀବନ ପ୍ରତି ବିପଦ ଥିବାରୁ ଆଜିଠାରୁ ଖଣ୍ଡଗିରି ମଞ୍ଚ ଉପରକୁ ସାଇ ଚଢ଼ିବେନି ବୋଲି ମାଆ ପଦ୍ମିନୀ ପୁଲିସ ପାଖରେ ଲିଖିତ ଅଭିଯୋଗ କରିଛନ୍ତି |

ତୁଳସୀ ଗଣନାଟ୍ୟରେ ଗତ ବର୍ଷ ଅଗଷ୍ଟ ୪ରେ ସାଇ ଯୋଗ ଦେଇଥିଲେ | ଆଉ ବର୍ଷକ ପାଇଁ ତୁଳସୀ ଗଣନାଟ୍ୟରେ ଚୁକ୍ତି କରିଥିଲେ | ଖଣ୍ଡଗିରି ମେଳା ଆରମ୍ଭରୁ ସାଇଙ୍କୁ କ୍ୟାମ୍ପ ଭିତରେ ଅସାମାଜିକ ବ୍ୟକ୍ତି ଧମକଚମକ ଦେଉଥିଲେ | ଗତକାଲି ରାତିରେ ସାଇ ଚେତା ହରାଇଥିଲେ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ମାନସିକ ସନ୍ତୁଳନ ହରାଇ ସାଇ ଅସୁସ୍ଥ ଥିବା ପରିବାର ସୂତ୍ରରୁ ସୂଚନା ମିଳିଛି |

Post Views23 Total Count

Apply Now


This will close in 0 seconds

error: Content is protected !!