ଦୀପାବଳି ପାଇଁ ଘରେ ଘରେ ଖୁସିର ମାହୋଲ

ଆଜି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଖୁସିର ମାହୋଲ। ଟୁଇନ ସିଟିରେ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି । ରାତି ୭ଟାରୁ ୯ ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦେଇଛି ପ୍ରଶାସନ। ଆଜି ହେଉଛି କାର୍ତିକ ମାସ ଅମାବାସ୍ୟା ତିଥି । ହିନ୍ଦୁ ପରମ୍ପରାରେ ରହିଛି ଅନେକ ବିଶେଷ ବିଧି । ଆଜିର ତିଥିରେ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ତାଙ୍କର ଆର୍ଶିର୍ବାଦ ନେବାର ପରମ୍ପରା ରହିଛି । ଆଜି ସେହି ଉଦ୍ଦେଶ୍ୟରେ କରାଯାଉଛି ପୟା ଶ୍ରାଦ୍ଧ । ଆଉ ଆଜି ମଧ୍ୟ ପିତୃଲୋକଙ୍କ ଉଦ୍ଧେଶ୍ୟରେ ବଡବଡିଆ ଡାକିବାର ପରମ୍ପରା ରହିଛି। ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିପାରିନଥାନ୍ତି ସେମାନେ ଆଜିର ଦିନରେ ଶ୍ରୀ ମନ୍ଦିର ନିକଟରେ ପିଣ୍ଡ ଦାନ କରି ପିତୃଲୋକଙ୍କ ଉଦ୍ଧେଶ୍ୟରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳି ବଡବଡିଆ ଡାକିଥାନ୍ତି ।

Post Views57 Total Count

Apply Now


This will close in 0 seconds

error: Content is protected !!