ରିଲ୍ସ କରିବା ସମୟରେ ଟ୍ରେନ୍ ଧକ୍କାରେ ନାବାଳକର ମୃତ୍ୟୁ

ରିଲ୍ସ ନିଶା ହେଲା କାଳ। ରିଲ୍ସ କରିବା ସମୟରେ ଟ୍ରେନ୍ ଧକ୍କାରେ ନାବାଳକର ମୃତ୍ୟୁ। ଏ ହେଉଛି ରିଲ୍ସ କରିବା ସମୟର ଭିଜୁଆଲ। ଟ୍ରେନ ଲାଇନ ଉପରେ ଠିଆ ହୋଇ ରିଲ୍ସ କରିବା ସମୟରେ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ଟ୍ରେନ।

ଟ୍ରେନ ଧକ୍କାରେ ନାବାଳକଙ୍କ ମୁଣ୍ଡରେ ମାଡ଼ ହେବା ସହ ତାଙ୍କର ମୃତ୍ୟୁ ହୋଇଥିଲା। ସାଙ୍ଗରେ ଥିବା ଅନ୍ୟ ଜଣେ ନାବାଳକ ସୁଟିଂ କରୁଥିଲେ। ପୁରୀ ଚନ୍ଦନପୁର ଥାନା ଅଧିନ ଜାନକାଦେଇପୁର ଷ୍ଟେସନରେ ଘଟିଛି ଏଭଳି ଅଘଟଣ ।

ମା ଦକ୍ଷୀଣକାଳୀଙ୍କୁ ଦର୍ଶନ କରି ଫେରୁଥିବା ସମୟରେ ଟ୍ରେନ ଲାଇନରେ ରିଲ୍ସ କରିବା ବେଳେ ଜୀବନ ଯାଇଛି। ମୃତ ନାବାଳକ ପୁରୀ ଵାସେଳି ସାହି ମଙ୍ଗଳାଘାଟର ବିଶ୍ବଜିତ ସାହୁ ବୋଲି ଜଣାପଡିଛି।

Post Views2 Total Count

Apply Now


This will close in 0 seconds

error: Content is protected !!