କ୍ୟାମ୍ପସ୍‌ର ଆର୍ଥିକ, ପ୍ରଶାସନିକ ଓ ଶୈକ୍ଷିକ ଉନ୍ନତି ଠପ୍‌

ରାଜ୍ୟର ୬୦୦ରୁ ଅଧିକ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ପରିଚାଳନା କମିଟି ତଥା ଗଭର୍ଣ୍ଣିଂ ବଡି ନାହିଁ। ଓଡ଼ିଶା ଶିକ୍ଷା ଆଇନ-୧୯୬୯ର ସେକ୍ସନ-୭ର ସବ୍‌-ସେକ୍ସନ(୬) ଆଧାରରେ ବିଜେପି ସରକାର କ୍ଷମତାକୁ ଆସିବା କ୍ଷଣି ପରିଚାଳନା କମିଟିଗୁଡ଼ିକୁ ଭାଙ୍ଗି ଦେଇଥିଲେ। ତେଣୁ ୧୦ ମାସ ହେଲା ପରିଚାଳନା କମିଟି ନ ଥିବାରୁ କଲେଜଗୁଡ଼ିକ ଏକପ୍ରକାର ନିଷ୍କ୍ରିୟ ହୋଇଯାଇଛି। ସ୍ଥାୟୀ ସଭାପତି ନ ଥିବାରୁ ଉନ୍ନତିମୂଳକ କାର୍ଯ୍ୟ ଆଦୌ ଆଗକୁ ବଢ଼ିପାରୁନି। ଭିତ୍ତିଭୂମି କାମ ମଧ୍ୟ ହୋଇପାରୁ ନାହିଁ। କଲେଜ ଅଧ୍ୟକ୍ଷମାନେ ବାରମ୍ବାର ଏ ଅଫିସ୍‌ରୁ ସେ ଅଫିସ୍‌କୁ ଦୌଡ଼ୁଥିଲେ ମଧ୍ୟ ସମସ୍ୟା ସମ୍ପର୍କରେ କେହି ବି ଶୁଣୁନାହାନ୍ତି।

ଯେଉଁମାନଙ୍କୁ ଭାରପ୍ରାପ୍ତ ଦାୟିତ୍ବରେ ରଖାଯାଇଛି ସେମାନେ ମଧ୍ୟ କଲେଜ କାମ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ପରିଣାମ ସ୍ବରୂପ ଏବେ ରାଜ୍ୟର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରି କଲେଜରେ ଅଚଳାବସ୍ଥା ଲାଗିରହିଛି। ଏଭଳି ସମୟରେ ଅବସରପ୍ରାପ୍ତ ପ୍ରଫେସରଙ୍କୁ ଅତିଥି ଅଧ୍ୟାପକ ଭାବେ ନିୟୋଜିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯେଉଁ ନିଷ୍ପତ୍ତି ନେଇଛି ତାହା‌ କିଭଳି କାର୍ଯ୍ୟକାରୀ ହେବ ସେନେଇ ପ୍ରଶ୍ନ ଉଠିଲାଣି।

Post Views19 Total Count

Apply Now


This will close in 0 seconds

error: Content is protected !!