ବାତ୍ୟା ପାଇଁ ପର୍ ଆସନ୍ତାକାଲି ଶିମିଳିପାଳ ଓ ନନ୍ଦନକାନନ ବନ୍ଦ

ଆନ୍ଧ୍ରପ୍ରଦେଶ କାକିନାଡା ନିକଟରେ ସ୍ଥଳଭାଗ ଛୁଇଁଛି ବାତ୍ୟା। ୫ ଘଣ୍ଟା ଯାଏଁ ଜାରି ରହିବ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ତେବେ ଏହି ବାତ୍ୟା ପ୍ରଭାବରେ ଓଡିଶାରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତାକାଲି ମଧ୍ଯ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ଲାଗି ଆସନ୍ତାକାଲି (ବୁଧବାର) ନନ୍ଦନକାନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ । ଏନେଇ ଘୋଷଣା କରିଛନ୍ତି ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ । ସରକାରୀ ନିର୍ଦ୍ଦେଶନାମା ଅନୁସାର ଧନ ଜୀବନ ସୁରକ୍ଷା ଓ କ୍ଷୟକ୍ଷତି ମରାମତି ପାଇଁ ବନ୍ଦ ଘୋଷଣା କଯାଇଛି ।

ତେବେ ମୋନ୍ଥା ପ୍ରଭାବରେ ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଧନ ଓ ଜୀବନ ସୁରକ୍ଷା ଲାଗି ସରକାରଙ୍କ ପୂର୍ବ ସତର୍କ ସୂଚନା ଜାରି ସତ୍ତ୍ଵେ ଆଜି ଅମାନିଆ ପର୍ଯ୍ୟଟକଙ୍କ ସଂଖ୍ୟା କିଛି କମ ନଥିବା ଜଣା ପଡିଛି।  ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୨୭୧୪ ଓ  ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୯୨ ଜଣ ପର୍ଯ୍ୟଟକ ଆସିଥିବା ଟିକେଟ ବିକ୍ରୀରୁ ଜଣାପଡିଛି।

ସେପଟେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଆସନ୍ତାକାଲି ବନ୍ଦ ହେବ ଶିମିଳିପାଳ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶଚାନ୍ଦ ଗୋଗିନେନି ସୋମବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଦୈନିକ ଚାରି ଚକିଆ ଯାନ କଳିଆଣି ତନଖି ଫାଟକ (ଯଶିପୁର) ପଟୁ ୩୫ ଗାଡି ଓ ପିଠାବଟା (ବାରିପଦା) ତନଖି ଫାଟକ ଦେଇ ୨୫ ଗାଡି ଜଙ୍ଗଲ ଭିତରକୁ ପ୍ରବେଶ କରିବା ଆଦି ମଧ୍ୟ ବନ୍ଦ ରହିବ।

ସେହିପରି ତାଳବନ୍ଧ, ଜାମୁଆଣି ଓ ଗୁଡୁଗୁଡିଆ ଖୋଲା ଜିପ୍ ବା ସଫାରୀ ଗାଡିରେ ବୁଲିବା ଆଦିକୁ ମଧ୍ୟ ବନ୍ଦ ରଖାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉକ୍ତ ଦୁଇ ତନଖି ଫାଟକକୁ ମଧ୍ୟ ରଖାଯାଇଛି। ପ୍ରବଳ ବର୍ଷା କାରଣରୁ ଏହିଠାରେ ଭୂସ୍ଖଳନ ହେବା ଆଶଙ୍କା ରହିଥିବାରୁ ଏହାକୁ ବନ୍ଦ ରଖାଯାଇଛି।

Post Views4 Total Count

Apply Now


This will close in 0 seconds

error: Content is protected !!