ଦେଶରେ ଖୁବଶୀଘ୍ର ଲାଗୁ ହେବ ୱାନ ନେସନ ୱାନ ପୋଲିସ ୟୁନିଫର୍ମ ପଲିସି

ସାରା ଦେଶରେ ଖୁବଶୀଘ୍ର ଲାଗୁ ହେବ ୱାନ ନେସନ ୱାନ ପୋଲିସ ୟୁନିଫର୍ମ ପଲିସି । ଦେଶରେ ଏଣିକି ପୋଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୋଲିସମାନଙ୍କ ୟୁନିଫର୍ମ ଆଉ ରହିବ ନାହିଁ । ଓଡ଼ିଶା ସମେତ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଲା ଗୃହ ମନ୍ତ୍ରାଳୟ ।

ଆନ୍ଧ୍ର, ଅରୁଣାଚଳ, ଆସାମ, ଗୋଆ, ହିମାଚଳ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ୍‌, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି ଲେଖିଛି ।

ନଭେମ୍ବର ୪ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । କେନ୍ଦ୍ରର ଚିଠି ପରେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ତଥ୍ୟ ପାଇଁ ଡିଜିପି କଣ୍ଟ୍ରୋଲ୍‌ ରୁମର ନିର୍ଦ୍ଦେଶ ।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, MHA କନଷ୍ଟେବଳ ପଦଠାରୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ପର୍ଯ୍ୟନ୍ତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ତଥ୍ୟ ମାଗିଛି।

ଏହା ୧୬ଟି ରାଜ୍ୟର ପୋଲିସ ଡିଜିଙ୍କଠାରୁ ପୋଲିସ କର୍ମଚାରୀଙ୍କୁ ବର୍ତ୍ତମାନ ମଞ୍ଜୁର କରାଯାଇଥିବା ବାର୍ଷିକ ୟୁନିଫର୍ମ ଭତ୍ତା, ପଦବୀ ଅନୁଯାୟୀ ଓ ପ୍ରତ୍ୟେକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ୟୁନିଫର୍ମର ଆନୁମାନିକ ମୂଲ୍ୟ ସମ୍ପର୍କରେ ବିବରଣୀ ମାଗିଛି।

MHAର ନିର୍ଦ୍ଦେଶ ପରେ, ଓଡ଼ିଶା ଡିଜିପି କଣ୍ଟ୍ରୋଲ ରୁମ୍ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବିଳମ୍ବ ନକରି ଆବଶ୍ୟକୀୟ ସୂଚନା ସଂଗ୍ରହ ଏବଂ ପଠାଇବାକୁ ନିର୍ଦ୍ଦେଶ ଦେଇଛି।

Post Views61 Total Count

Apply Now


This will close in 0 seconds

error: Content is protected !!